fbpx

ଅଗଷ୍ଟ ୧ରୁ ବଦଳିଯିବ ସବୁ ନିୟମ: ଏଟିଏମରେ ଏକ୍ସଟ୍ରା ଚାର୍ଜ ଓ KYC ନକଲେ ବନ୍ଦ ହୋଇଯିବ ଆକାଉଣ୍ଟ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଅଗଷ୍ଟ ୧ ତାରିଖରୁ ବଦଳିବ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ । ଖାଲି ଏଟିଏମ୍ ରୁ ଟଙ୍କା ଉଠାଇବା ମହଙ୍ଗା ହେବ ନାହିଁ ବରଂ ସମୟ ପୂର୍ବରୁ ଯଦି KYC କରିବେନି ତାହେଲେ ଆପଣଙ୍କ ଆକାଉଣ୍ଟ୍ ବନ୍ଦ ହୋଇଯାଇପାରେ । ଯଦି ଆପଣ ଷ୍ଟକ୍ ମାର୍କେଟ୍ ସହିତ ଜଡିତ ଅଛନ୍ତି ଏବଂ ଲଗାତର ଟ୍ରେଡିଂ କରୁଛନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଟ୍ରେଡିଂ ଆକାଉଣ୍ଟର ଡୀମେଟ୍ ଏବଂ ଟ୍ରେଡିଂ ଖାତାର KYC ଅପଡେଟ୍ କରିବାକୁ ପଡିବ । ଯଦି ଆପଣ ଏପର୍ୟ୍ୟନ୍ତ ଏହା କରିନାହାଁନ୍ତି, ତେବେ ଯଥାଶୀଘ୍ର ଏହା କରନ୍ତୁ କାରଣ KYC ନକରିବା ଦ୍ୱାରା ଆପଣଙ୍କର ଡୀମେଟ୍ ଏବଂ ଟ୍ରେଡିଂ ଆକାଉଣ୍ଟ ବନ୍ଦ ହୋଇଯାଇପାରେ ।

ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (ଏନଏସଡିଏଲ୍) ତାଙ୍କ ତରଫରୁ ଜାରି କରାଯାଇଥିବା ଏକ ସର୍କୁଲାରରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, ସମସ୍ତ ଡୀମେଟ୍ ଏବଂ ଟ୍ରେଡିଂ ଆକାଉଣ୍ଟଗୁଡିକର KYC ଜୁଲାଇ ୩୧ ସୁଦ୍ଧା ଶେଷ ହୋଇଯିବା ଉଚିତ୍ । KYC ଅଧୀନରେ, ଡୀମେଟ୍ ଏବଂ ଟ୍ରେଡିଂ ଖାତାରେ ଥିବା ନିବେଶକଙ୍କ ୬ଟି ସୂଚନା ପ୍ରଦାନ କରିବାକୁ ବାଧ୍ୟ । ଯେମିତିକି ନାମ, ଠିକଣା, ମୋବାଇଲ୍ ନମ୍ବର୍, ଇମେଲ୍ ଆଇଡି, ପାନ୍ ନମ୍ବର ଓ ଆୟ ସମ୍ପର୍କରେ ବିବରଣୀ ଦେବାକୁ ପଡ଼ିବ ।

ଅଗଷ୍ଟ ୧ ରୁ ଏଟିଏମ୍ ଇଣ୍ଟରଚେଞ୍ଜ୍ ଫି ୨ ରୁ ୧୭ ଟଙ୍କାକୁ ବୃଦ୍ଧି କରାଯିବ । ଅଣ-ଆର୍ଥିକ ବ୍ୟବହାରରେ ପ୍ରତିଟି ଟ୍ରାନଜାକ୍ସନରେ ୬ ଟଙ୍କା ଫି ଲାଗିବ । ଯାହା ପୂର୍ବରୁ ୫ ଟଙ୍କା ଥିଲା । ଯଦିଓ ତିନିଟି ମାଗଣା ଟ୍ରାନଜାକ୍ସନ୍ ପରେ ଆଇସିଆଇସିଆଇ ବ୍ୟାଙ୍କ ପ୍ରତ୍ୟେକ ଥର ୨୦ ଟଙ୍କା ଫି ଆଦାୟ ନେଇ ଘୋଷଣା କରିଛି।

କେବଳ ଏଟିଏମ୍ ନୁହେଁ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (ଆଇପିପିବି) ଅଗଷ୍ଟ ୧ ରୁ ଘରେ ସେବା ପାଇଁ ଦେୟ ଆଦାୟ କରିବ। ଘରେ ସୁକନ୍ୟା କିମ୍ବା ଅନ୍ୟାନ୍ୟ ଆକାଉଣ୍ଟ ସହିତ ଜଡିତ ସେବା ପାଇବା ପାଇଁ ଗ୍ରାହକଙ୍କୁ ୨୦ ଟଙ୍କା ଏବଂ ଜିଏସ୍ଟି ର ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।

Get real time updates directly on you device, subscribe now.