fbpx

ସ୍କ୍ରିନକୁ ଆସିଲା ସିଦ୍ଧାର୍ଥ ଓ କିଆରାଙ୍କ କ୍ୟୁଟ୍ କେମେଷ୍ଟ୍ରୀ, ରିଲିଜ୍ ହେଲା ‘ଶେରଶାହା’ର ପ୍ରଥମ ଟ୍ରାକ୍

ମୁମ୍ବାଇ: କାରଗିଲ୍ ଯୁଦ୍ଧ ହିରୋ ସହିଦ୍ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ଶେରଶାହା”ର ଗୀତ “ରାତା ଲମ୍ବିଆଁ”(ଜବବଗ୍ଧବବଦ୍ଭ ଖବଜ୍ଞଭସଚ୍ଚବଦ୍ଭ) ରିଲିଜ୍ ହୋଇଯାଇଛି । ଗୀତରେ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲୋହୋତ୍ରାଙ୍କ କ୍ୟୁଟ୍ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଫିଲ୍ମ “ଶେରଶାହା”ର ପ୍ରଥମ ଟ୍ରାକ୍ ଭାବରେ ଏହାର ରିଲିଜ୍ ହୋଇଛି । ଏଥିରେ ମୁଖ୍ୟ କଳାକାର ଭାବରେ ସିଦ୍ଧାର୍ଥ ଓ କିଆରା ନଜର ଆସିବେ । ସେମାନେ ବିକ୍ରମ ବାତ୍ରା ଓ ଡିମ୍ପଲ୍ ଚୀମାଙ୍କ ଭୁମିକାରେ ନଜର ଆସିଛନ୍ତି ।

ତେବେ ଗୀତଟିକୁ ଗାଇଛନ୍ତି ଜୁବିନ୍ ନୌଟିୟାଲ୍ ଗାଇଥିବା ବେଳେ ମ୍ୟୁଜିକ୍୍ ଦେଇଛନ୍ତି ତନିଷ୍କ ବାଗାଚୀ । ଗୀତଟିକୁ ଖୁବ୍ ଭଳ ରେସପନ୍ସ ମିଳିଛି । ଫିଲ୍ମରେ କିଆରା ଓ ସିଦ୍ଧାର୍ଥଙ୍କ ବ୍ୟତୀତ ଶିବ ପଣ୍ଡିତ୍, ରାଜ୍ ଅର୍ଜୁନ୍, ପ୍ରଣୟ ପଚୌରୀ, ହିମାଂଶୁ ଅଶୋକ ମାଲୋହୋତ୍ରା, ନିକିତିନ୍ ଧୀର, ଅନିଲ୍ ଚରଣଜୀତ, ସାହିଲ୍ ବୈଦ୍, ଶତାକ୍ ଫିଗର୍ ଆଦି ପ୍ରମୁଖ ଭୁମିକାରେ ନଜର ଆସିବେ ।

ଆମାଜନ୍ ଅରିଜିନାଲ୍ ଫିଲ୍ମ “ଶେରଶାହା” ଧର୍ମା ପ୍ରଡକ୍ସନ୍ ଓ କାଶ ଏଣ୍ଟରଟେନମେଣ୍ଟ ଦ୍ୱାରା ମିଳିତ ଭାବରେ ଫିଲ୍ମଟିକୁ ନିର୍ମାଣ କରାଯାଇଛି । ଏହାକୁ ୧୨ ଅଗଷ୍ଟ ୨୦୨୧ରେ ରିଲିଜ୍ ହେବ । ଏହାର ଟ୍ରେଲର୍ କିଛି ଦିନ ତଳେ ରିଲିଜ୍ ହୋଇଥିଲା ।

 

Get real time updates directly on you device, subscribe now.