fbpx
BSKY SKY
BSKY SKY

ଅଚଳ କରାଯିବ ରୁଷର ସବୁ ସମ୍ପତ୍ତି- ବାଇଡେନ୍

BSKY

ଲଣ୍ଡନ: ୟୁକ୍ରେନ ବିପକ୍ଷରେ ରୁଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ପୋଷଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ୍ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି ତେଣୁ ପରିଣାମ ବି ଭୋଗିବେ । ରୁଷର ତୈଳ ରପ୍ତାନୀ ଉପରେ କଟକଣା ଜାରି କରାଯିବ । ରୁଷର ୪ଟି ବଡ଼ ବ୍ୟାଙ୍କ୍ ଉପରେ ବି କଟକଣା ଲଗାଯାଇଛି । ଆମେରିକାରେ ଥିବା ରୁଷର ସବୁ ସମ୍ପତ୍ତିକୁ ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ ।

ଆଗକୁ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଯଦି ରୁଷ ସାଇବର୍ ହମଲା କରେ, ସେଥିପାଇଁ ଆମେ ପ୍ରସ୍ତୁତ । ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ । ରୁଷ ରାଷ୍ଟ୍ରପତିଙ୍କ ସହ କଥା ହେବାର କୌଣସି ଯୋଜନା ନାହିଁ । ପୂର୍ବଭଳି ସୋଭିଏତ୍ ୟୁନିୟନ୍ ଗଠନ କରିବାକୁ ଚାହୁଁଛି ରୁଷ । ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ହେବ ।

Get real time updates directly on you device, subscribe now.