fbpx

Ukraine-Russia War: ରୁଷ ଆକ୍ରମଣରେ ୧୩୭ ଜଣଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ରୁଷ ନିଜ ପଟରୁ ଯୁଦ୍ଧକୁ ରୋକିବାର ନାଁ ଧରୁନାହିଁ । ବର୍ତ୍ତମାନସୁଦ୍ଧା ରୁଷର ଆକ୍ରମଣରେ ୟୁକ୍ରେନର ଅନେକ ସହର କ୍ଷତିଗ୍ରସ୍ତ ହୋଇଯାଇଛି । ୟୁକ୍ରେନ ସେନାଙ୍କ ସମସ୍ତ ଆଡ୍ଡା ଠାରୁ ଆରମ୍ଭ କରି ସବୁ ଏୟାରବେସ୍ କୁ ରୁଷ ଧ୍ୱଂସ କରିଦେଇଥିବା ଜଣାପଡ଼ିଛି । ଗତକାଲି ରୁଷ ତିନି ପଟରୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଗତକାଲି ଅହରହ ମିସାଇଲ୍, ଗୁଳି ମାଡ଼, ବିସ୍ଫୋରଣ ୟୁକ୍ରେନ ଉପରେ ଜାରି ରଖିଥିଲା ରୁଷ ।

ତେବେ ଏହି ଆକ୍ରମଣରେ ୟୁକ୍ରେନର ୧୩୭ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ସୈନିକ ଓ ନାଗରିକଙ୍କୁ ମିଶାଇ ମୋଟ ୧୩୭ ଜଣ ପ୍ରାଣ ହରାଇଛନ୍ତି । ୟୁକ୍ରେନରୁ ଭୟାନକ ଦୃଶ୍ୟ ସବୁ ସାମନାକୁ ଆସୁଛି । ଯାହା ଛାତି ଥରାଇ ଦେଉଛି । ଏନେଇ ରାଷ୍ଟ୍ରପତି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ବିପକ୍ଷରେ ରୁଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ପୋଷଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ୍ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି ତେଣୁ ପରିଣାମ ବି ଭୋଗିବେ । ରୁଷର ତୈଳ ରପ୍ତାନୀ ଉପରେ କଟକଣା ଜାରି କରାଯିବ । ରୁଷର ୪ଟି ବଡ଼ ବ୍ୟାଙ୍କ୍ ଉପରେ ବି କଟକଣା ଲଗାଯାଇଛି । ଆମେରିକାରେ ଥିବା ରୁଷର ସବୁ ସମ୍ପତ୍ତିକୁ ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ ।

Get real time updates directly on you device, subscribe now.