fbpx
BJD SKY
BJD SKY

ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ, କଂଗ୍ରେସ ଦ୍ୱିତୀୟ ହେବ : ସୁର ରାଉତରାୟ

BJD

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ୧ ନମ୍ବର ଦଳ ହେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ସେ କହିଛନ୍ତି ଏହି ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରଥମ ସ୍ଥାନରେ , କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଓ ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଜେପି ଯେଉଁ ଦାବି କରୁଛି ତାହା ଉପହାସ ଓ ହସ ଲାଗୁଛି । ତୃଣମୂଳ ସ୍ତରରେ ବିଜେପି ନାହିଁ । ଅନେକ ସ୍ଥାନରେ ବିଜେପି ପୋଷ୍ଟର ମାରିପାରୁନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

Get real time updates directly on you device, subscribe now.