fbpx

ୟୁକ୍ରେନରେ ଫସିଛନ୍ତି ଯାଜପୁରର ୩ ଛାତ୍ର, ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସମଗ୍ର ବିଶ୍ୱରେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଭାରତ ପାଇଁ ଏକ ଜଟିଳ ପରିସ୍ଥିତି ଉପୁଜିଛି । ବିଭିନ୍ନ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଥିବା ଜଣାପଡ଼ିଛି । ତେବେ ଓଡ଼ିଶାର ଯାଜପୁର ଜିଲ୍ଲାର ୩ ଜଣ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଏହି ସମସ୍ତ ଛାତ୍ରଙ୍କର ଘର କୋରେଇ ବ୍ଲକରେ ବୋଲି ଜଣାପଡ଼ିଛି ।

ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବରୁଣ୍ଡାଇ ପଞ୍ଚାୟତ ବିରୁହାଁପଡ଼ା ଗ୍ରାମର ପ୍ରଳୟ ନାୟକ, ଜହ୍ନା ପଞ୍ଚାୟତ ଛୋଟରାୟପୁର ଗ୍ରାମରର ଆଶିଷ କୁମାର ପଣ୍ଡା ଓ ଅସନଝର ପଞ୍ଚାୟତ ରାମକୃଷ୍ଣପୁର ଗ୍ରାମର ଅଚ୍ୟୁତାନନ୍ଦ ସ୍ୱାଇଁ ରହିଥିବା ସୂଚନା ମିଳିଛି । ପ୍ରଳୟ ୨୦୨୦ ମସିହାରେ ୟୁକ୍ରେନର ଥାର୍ମିନ ୟୁନିଭରସିଟିରେ ମେଡିକାଲ ପଢ଼ିବା ପାଇଁ ନାମ ଲେଖାଇଥିଲେ । ଆଶିଷ ଭିଏନ କାରାଜିନ ଖାରକିଭ ନ୍ୟାସନାଲ ୟୁନିଭରସିଟିରେ ମେଡିକାଲ ପଢ଼ୁଛନ୍ତି । ଅଚୁତାନନନ୍ଦ ଏମବିବିଏସର ଚତୁର୍ଥ ବର୍ଷର ଛାତ୍ର ଅଟନ୍ତି । ପିଲାମାନଙ୍କର ଉଦ୍ଧାର ପାଇଁ ସେମାନଙ୍କର ପରିବାର ଲୋକେ ଭାରତ ସରକାରଙ୍କୁ ନିବେଦନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.