fbpx
BSKY
BJD MS SKY
BJD YOUTH SKY

ଅସହାୟତାର ଫାଇଦା ଉଠାଇଲା ଠକ, ୟୁକ୍ରେନରୁ ଝିଅକୁ ଫେରାଇ ଆଣିବାକୁ କହି ୪୨ ହଜାର ଟଙ୍କା ଠକିନେଲେ

ବିଦିଶା: ମଧ୍ୟପ୍ରଦେଶରେ ବିଦିଶା ଜିଲ୍ଲାରେ ବାସ କରୁଥିବା ବୈଶାଳୀ ୱିଲ୍‌ସନ୍‌ ୟୁକ୍ରେନରେ ଫସି ରହିଥିବା ତାଙ୍କ ଝିଅକୁ ଫେରାଇ ଆଣିବାକୁ ନେଇ ଖୁବ୍‌ ଚିନ୍ତିତ ଥିବାବେଳେ ଜନୈକ ବ୍ୟକ୍ତି ତାଙ୍କ ଠାରୁ ୪୨ ହଜାର ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ଉକ୍ତ ଠକ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କ ଅସହାୟତାର ସୁଯୋଗ ନେଇ ଫାଇଦା ଉଠାଇବା ଚର୍ଚ୍ଚାର ବିଷୟ ହୋଇଛି । ନିକଟରେ ପିଏମଓ ନାଁରେ ସେ ଠକାମୀର ଶିକାର ହୋଇଛନ୍ତି ଓ ଟିକେଟ୍‌ ନାଁରେ ତାଙ୍କଠାରୁ ୪୨ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ ।

ବୈଶାଳୀଙ୍କ କହିବାନୁଯାୟୀ, ବୁଧବାର ଦ୍ୱି୍ପହରରେ ତାଙ୍କ ପାଖକୁ ପ୍ରିନ୍ସ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍‌ ଆସିଥିଲା । ସେ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବ୍ୟକ୍ତିଗତ ସହାୟକ ବୋଲି ପରିଚୟ ଦେଇଥିଲେ । ସେ ୟୁକ୍ରେନରୁ ତାଙ୍କ ଝିଅ ଏବଂ ତା’ର ଜଣେ ବାନ୍ଧବୀଙ୍କୁ ଫେରାଇ ଆଣିବାକୁ କହିଥିଲେ ଏବଂ ଟିକେଟ୍‌ ଟଙ୍କା ଜମା କରିବାକୁ ଆକାଉଣ୍ଟ ନମ୍ବର ଦେଇଥିଲେ । ଝିଅକୁ ଫେରାଇ ଆଣିବାକୁ ବୈଶାଳୀ ୨୧ ହଜାର ଟଙ୍କା ଲେଖାଏଁ ଦୁଇଟି ଟିକଟ ପାଇଁ ୪୨ ହଜାର ଟଙ୍କା ସେହି ଆକାଉଣ୍ଟରେ ଜମା କରିଥିଲେ ।

Get real time updates directly on you device, subscribe now.