fbpx
BSKY
BJD MC SKY
BJD YOUTH SKY

ୟୁକ୍ରେନରେ ପ୍ରାୟ ୧ ଲକ୍ଷ ଲୋକ ବିସ୍ଥାପିତ, ୧୭୦୦ରୁ ଅଧିକ ପ୍ରଦର୍ଶନକାରୀଙ୍କୁ ଅଟକ ରଖିଲା ରୁଷୀ ପୋଲିସ୍

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସେନା କାର୍ଯ୍ୟାନୁଷ୍ଠାନ ଦିର୍ଦ୍ଦେଶ ପରେ ୟୁକ୍ରେନ ଉପରେ ଲଗାତର ମିସାଇଲ୍ ବର୍ଷା କରିଥିଲା ରୁଷ । ଏହି ଯୁଦ୍ଧ ଭିତରେ ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଚଳିତ ସପ୍ତାହରେ ଦ୍ୱିତୀୟ ଥର ହ୍ୱାଇଟ୍ ହାଉସ୍ ରୁ ସାରା ବିଶ୍ୱକୁ ସମ୍ବୋଧନ କରିଛନ୍ତି । ୟୁକ୍ରେନର ସ୍ଥିତିକୁ ନେଇ ଏବେ ସାରା ବିଶ୍ୱ ଦୁଃଖ ପ୍ରକାଶ କରିଛି । ବାଇଡେନ୍ ନିଜ ସମ୍ବୋଧନରେ କହିଛନ୍ତି ଯେ, ରୁଷର ରାଷ୍ଟ୍ରପତି ପୁଟିନ୍ ଙ୍କ ଆକ୍ରମକତା ତାଙ୍କୁ ମହଙ୍ଗା ପଡ଼ିବ । ଏହା ସହିତ ସେ କହିଛନ୍ତି ଯେ, ୟୁକ୍ରେନ ଉପରେ ରୁଷର ଆକ୍ରମଣ ଭବିଷ୍ୟବାଣୀ ଆଧାରରେ ହେଉଛି ।

ଅନ୍ୟପଟେ ରୁଷର ଏପରି ଯୁଦ୍ଧକୁ ନେଇ ୟୁକ୍ରେନବାସୀ ମାନେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ । ଅନେକ ସଂଖ୍ୟାରେ ୟୁକ୍ରେନ ନାଗରିକ ମାନେ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଏହି ସମୟରେ ରୁଷର ସେନା ମାନେ ୟୁକ୍ରେନରେ ଅନୁପ୍ରବେଶ କରି ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଥିଲେ । ଏହି କ୍ରମରେ ରୁଷୀ ସେନା ମାନେ ୧୭୦୦ରୁ ଅଧିକ ଲୋକଙ୍କୁ ଅଟକ ରଖିଛନ୍ତି ।

ସୂଚନାଯୋଗ୍ୟ, ରୁଷର ଏପରି ଆକ୍ରମଣକାରୀ ପଦକ୍ଷେପକୁ ସାରା ବିଶ୍ୱ ନିନ୍ଦା କରୁଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକା ରାଷ୍ଟ୍ରପତି ବାଇଡେନ୍ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ୍ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି ତେଣୁ ପରିଣାମ ବି ଭୋଗିବେ । ରୁଷର ତୈଳ ରପ୍ତାନୀ ଉପରେ କଟକଣା ଜାରି କରାଯିବ । ରୁଷର ୪ଟି ବଡ଼ ବ୍ୟାଙ୍କ୍ ଉପରେ ବି କଟକଣା ଲଗାଯାଇଛି । ଆମେରିକାରେ ଥିବା ରୁଷର ସବୁ ସମ୍ପତ୍ତିକୁ ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ ।

 

Get real time updates directly on you device, subscribe now.