fbpx

ୟୁକ୍ରେନକୁ ସେନା ପଠାଇବ ନାହିଁ ଆମେରିକା: ବାଇଡେନ

ନୂଆଦିଲ୍ଲୀ: ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ତେବେ ଏଭଳି ସ୍ଥିତିରେ ଆମେରିକା ରୁଷକୁ କଡ଼ା ଚେତାବନୀ ଦେଇଛି । ରୁଷ୍ ୟୁକ୍ରେନ ଉପରେ ଆକ୍ରମଣ କଲେ ତାହାର ଜବାବ ଦିଆଯିବ ବୋଲି କହୁଥିବା ଆମେରିକା ଦେଖି ଚାହିଁ ପଦକ୍ଷେପ ନେଉଛି । ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକାର ଦୋମୁହାଁ ନୀତି ଦେଖିବାକୁ ମିଳିଛି ।

ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଆମେରିକା ରାଷ୍ଟ୍ରପତି କଡ଼ା ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଯୁଦ୍ଧର ରାସ୍ତାକୁ ବାଛିଛନ୍ତି, ଯାହାକି ତାଙ୍କ ପାଇଁ ଭୟଙ୍କର ହେବ । ବିଶ୍ୱର ଅଧିକାଂଶ ଦେଶ ବର୍ତ୍ତମାନ ରୁଷ୍ ବିପକ୍ଷରେ ସ୍ୱର ଉତ୍ତୋଳନ କରୁଛନ୍ତି । ୟୁକ୍ରେନରେ ଥିବା ଆମେରିକା ନାଗରିକଙ୍କର ସୁରକ୍ଷା ହେଉଛି ଆମର ପ୍ରାଥମିକତା । ଆମେରିକା ୟୁକ୍ରେନକୁ ନିଜର ସେନା ପଠାଇବ ନାହିଁ । ନାଟୋ ଦେଶ ସମୂହ ମିଳିତ ଭାବେ ରୁଷକୁ ଜବାବ ଦେବେ । ଏଭଳି ସ୍ଥିତିରେ ପୁଟିନଙ୍କ ସହ ଆଲୋଚନାର କରିବାର କୌଣସି ଯୋଜନା ନାହିଁ । ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଏକମାସ ପୂର୍ବରୁ ଯୋଜନା କରିଥିଲା । ରୁଷ ପୁନର୍ବାର ସୋଭିଏସ ସଂଘ ଗଠନ କରିବା ଲକ୍ଷ୍ୟରେ ରହିଛି ।

Get real time updates directly on you device, subscribe now.