fbpx
BSKY SKY
BSKY SKY

ହିଜାବ ପରେ ସାମ୍ନାକୁ ଆସିଲା ପଗଡ଼ି, ଶିଖ ଛାତ୍ରୀଙ୍କୁ ପଗଡି ପିନ୍ଧି କଲେଜ୍ ଆସିବା ମନା

BSKY

ବେଙ୍ଗାଲୁରୁ: ଦୀର୍ଘ କିଛିଦିନ ଧରି କର୍ଣ୍ଣାଟକରେ ହିଜାବକୁ ନେଇ ଚାଲିଥିବା ବିବାଦ ଥମି ନଥିବା ବେଳେ ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଲାଣି । ହିଜାବ ବିବାଦ ଉପରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ପରେ ରାଜ୍ୟର ଏକ କଲେଜ ଅମୃତଧାରୀ ଶିଖ ଛାତ୍ରୀଙ୍କୁ ପଗଡି ହଟାଇବାକୁ କହିଛନ୍ତି ।

ଉଲ୍ଲେଖନୀୟ ହାଇକୋର୍ଟ ନିକଟରେ ନିଜର ଅନ୍ତରୀଣ ଆଦେଶରେ ହିଜାବ ବିବାଦ ସମ୍ବନ୍ଧିତ ସମସ୍ତ ଆବେଦନ ଉପରେ ଚୂଡାନ୍ତ ରାୟ ନଆସିବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶ୍ରେଣୀ କକ୍ଷରେ ଗେରୁଆ ସାଲ, ସ୍କାର୍ଫ, ହିଜାବ ଏବଂ ଅନ୍ୟ କୌଣସି ଧାର୍ମିକ ପୋଷାକ ପିନ୍ଧିବା ଉପରେ ରୋକ୍‌ ଲଗାଇଛନ୍ତି । କଲେଜ୍‌ର ଅଧିକାରୀ କହିଛନ୍ତି, ଫେବୃଆରୀ ୧୬ରେ ଯେବେ ପୁନର୍ବାର ଶିକ୍ଷାନୁଷ୍ଠାନ ଖୋଲିଲା, ଛାତ୍ରୀଙ୍କୁ ଅଦାଲତଙ୍କ ଆଦେଶ ବିଷୟରେ ଅବଗତ କରାଯାଇଥିଲା । ସେହି ପରି ଶିଖ ସମୁଦାୟ ସମେତ ଅନ୍ୟ କୌଣସି ଧର୍ମର ଛାତ୍ରୀଙ୍କୁ ଧାର୍ମିକ ଚିହ୍ନ ଧାରଣ କରିବାକୁ ଅନୁମତି ଦିଆଯିବା ଉଚିତ୍‌ ନୁହେଁ ବୋଲି ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.