fbpx

ଏହି ରାଜ୍ୟରେ ସେପ୍ଟେମ୍ବର ୨୮ରୁ ଖୋଲିବ ସମସ୍ତ ସ୍କୁଲ, ଜାରି ହେଲା ଗାଇଡଲାଇନ୍

ପାଟନା,୨୨ ।୯: କରୋନା ମହାମାରୀ ଯୋଗୁଁ ବନ୍ଦ ହୋଇଥିବା ବିହାର ସ୍କୁଲଗୁଡିକ ପୁଣି ଥରେ ଖୋଲିବାକୁ ପ୍ରସ୍ତୁତ ହେଉଛି । ୨୮ ସେପ୍ଟେମ୍ବରରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ବିହାର ସରକାର । ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ସପ୍ତାହରେ ମାତ୍ର ୨ ଦିନ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ । ଏହି ସମୟରେ ୫୦% ଶିକ୍ଷକ ଓ ଅଣ ଶିକ୍ଷକ ମଧ୍ୟ ବିଦ୍ୟାଳୟକୁ ଆସିବେ । ସରକାରଙ୍କ ଏହି ଆଦେଶ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଲାଗୁ ହେବ ।

ଏହି ନିଷ୍ପତ୍ତିି ଅନୁସାରେ, ୩୦% ଛାତ୍ରଛାତ୍ରୀ ପ୍ରତିଦିନ ସ୍କୁଲ ଆସିବେ । ଏହି ବ୍ୟବସ୍ଥାରେ ୯ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସପ୍ତାହରେ ମାତ୍ର ୨ ଦିନ ସ୍କୁଲ ଯାଇପାରିବେ । ବିହାର ସରକାରଙ୍କ ଏହି ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଏସଓପିର ପାଳନ କରି ସ୍କୁଲ ଖୋଲିବାକୁ ଅନୁମତି ମିଳିବ । ଏହା ସହ ବିଦ୍ୟାଳୟରେ ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର ପାଇଁ ଗାଇଡଲାଇନ୍ ଜାରି ହୋଇଛି ।

Get real time updates directly on you device, subscribe now.