fbpx

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର: ଇଏମଆଇ ସୁଝିବାକୁ ମିଳିବ ଆଉ ୨ବର୍ଷ ଅତିରିକ୍ତ ସମୟ, ଜାଣନ୍ତୁ କେମିତି

ଭୁବନେଶ୍ୱର, ୨୨ା୯(ଓଡ଼ିଶା ଭାସ୍କର): ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ଗ୍ରାହକଙ୍କ ପାଇଁ ଏକ ଖୁସିଖବର । ଏଣିକି ଗୃହ ଋଣ କିମ୍ବା ଅନ୍ୟାନ୍ୟ ଋଣ ନେଇଥିବା ଗ୍ରାହକମାନେ ଇଏମଆଇ ପରିଷୋଧ ପାଇଁ ଆଉ ୨ବର୍ଷ ଅତିରିକ୍ତ ସମୟ ପାଇବେ । କରୋନା ମହାମାରୀ ଦ୍ୱାରା ଓ ଲକଡ଼ାଉନ ପାଇଁ ପ୍ରାୟ ସମସ୍ତଙ୍କ ରୋଜଗାର ଉପରେ ପ୍ରଭାବ ପଡ଼ିଛି । ତେଣୁ ଏସବିଆଇ ଉପଭୋକ୍ତାମାନେ ରୋଜଗାର ପ୍ରଭାବିତ ହୋଇଥିଲେ ଏହି ରିହାତି ପାଇପାରିବେ । ଏନେଇ ଋଣ ପରିଷୋଧର ସମୟସୀମାକୁ ଆଉ ୨ବର୍ଷ ବୃଦ୍ଧି କରାଯାଇଛି ।

ଅନ୍ୟପଟେ ଏଥିପାଇଁ ବ୍ୟାଙ୍କ ଆପଣଙ୍କଠାରୁ ବାର୍ଷିକ ୦.୩୫ ପ୍ରତିଶତ ଅତିରିକ୍ତ ସୁଧ ଆଦାୟ କରିବ । ଏହି ୨ବର୍ଷ ଅତିରିକ୍ତ ସମୟ ପାଇବାକୁ ହେଲେ ଚାକିରି ହରାଇଥିବା କିମ୍ବା ଦରମା କାଟ ହେଉଥିବା ନେଇ ଯଥେଷ୍ଟ ପ୍ରମାଣ ନେଇ ବ୍ୟାଙ୍କରେ ଦାଖଲ କରିବାକୁ ହେବ ।

Get real time updates directly on you device, subscribe now.