fbpx
BJD
BJD SKY
BJD SKY

ଆସନ୍ତାକାଲି ବନ୍ଦ ରହିବ ସମସ୍ତ ସ୍କୁଲ: ମୁଖ୍ୟମନ୍ତ୍ରୀ ନେଲେ ବଡ଼ ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ସାରା ଦେଶର ଅଧିକାଂଶ ସ୍ଥାନରେ ଏବେ ପ୍ରବଳ ବର୍ଷା ଜାରି ରହିଛି । ବର୍ଷା କାରଣରୁ ବହୁ ବିଲଡିଂ, ପୋଲ ଭୁଶୁଡ଼ିବା ସହିତ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ତେବେ ଦିଲ୍ଲୀ-ଏନସିଆରରେ ମୌସୁମୀର ପ୍ରକୋପ ଦେଖିବାକୁ ମିଳିଛି । ଯମୁନା ନଦୀର ଜଳସ୍ତର ଦ୍ରୁତ ଭାବେ ବଢ଼ିବାରେ ଲାଗିଥିବା ବେଳେ ଏହା ବିପଦର ସୀମା ଟପିପାରେ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ । ବର୍ଷା ପାଇଁ ଦେଶର ରାଷ୍ଟ୍ରୀୟ ରାଜଧାନୀର ସ୍ଥିତି ବେହାଲ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ପାଣି ଭରି ରହିଛି । ସଡ଼କଠାରୁ ଆରମ୍ଭ କରି ଗଳି, ଅଣ୍ଡରପ୍ରାସଗୁଡ଼ିକ ଜଳାର୍ଣ୍ଣବ ହୋଇରହିଛି । ତେଣୁ ଦିଲ୍ଲୀ ସରକାର ସମସ୍ତ ବିଭାଗୀୟ ଅଫିସରଙ୍କ ରବିବାର ଛୁଟି ବାତିଲ କରିଦେଇଛନ୍ତି । ଫିଲ୍ଡରେ ରହି ବ୍ୟବସ୍ଥାକୁ ସୁଧାରିବା ଦିଗରେ କାର୍ଯ୍ୟ କରିବାକୁ ଏହି ଅଫିସରମାନଙ୍କଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

୪୧ ବର୍ଷ ପରେ ଦିଲ୍ଲୀରେ ବର୍ଷା ରେକର୍ଡ ଭାଙ୍ଗିଛି । ୧୯୮୨ ମସିହାରେ ଦିଲ୍ଲୀରେ ୧୬୯.୯ ମିମି ବର୍ଷା ହୋଇଥିଲା । ଆଜି ସକାଳ ୮ଟା ସୁଦ୍ଧା ୨୪ ଘଣ୍ଟା ମଧ୍ୟରେ ୧୫୫ ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗତ ଦୁଇଦିନ ଧରି ଦିଲ୍ଲୀରେ ମୁଷଳଧାରାରେ ବର୍ଷା ଜାରି ରହିଛି । ତେଣୁ ମୌସୁମୀ ବିଭାଗର ଚେତାବନୀ ଓ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.