fbpx

ଆପଣଙ୍କର ସମସ୍ତ ଗୁପ୍ତ ସମ୍ବନ୍ଧ ଜାଣିଥାଏ ଫେସବୁକ୍, ଏପରି ଅନେକ କିଛି..

ଆଧୁନିକ ଯୁଗରେ ଯୁବପିଢିମାନେ ଖେଳପଡିଆ, କଲେଜ ବା ସପିଙ୍ଗ୍ ଅପେକ୍ଷା ଇଣ୍ଟରନେଟରେ ବେଶି ସମୟ ବିତାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଲକ୍ଷାଧିକ ମହିଳାଙ୍କ ବ୍ୟକ୍ତିଗତ ଜୀବନ ବିଷୟର ସମସ୍ତ କଥା ଜାଣିଥାଏ ଏହି ଫେସବୁକ୍ । ଏହା ଆମେ ନୁହେଁ, ବରଂ ଏକ ରିପୋର୍ଟରୁ ଜଣାପଡିଛି । ମହିଳାଙ୍କ ସମସ୍ତ ଗୁପ୍ତ କଥା ବା ଡାଟା ପିରିୟଡ ଟ୍ରାକିଙ୍ଗ ଆପ୍ ଜରିଆରେ ଫେସବୁକ୍ ପାଖରେ ପହଞ୍ଚିଥାଏ । ୟୁଜର ମୁଡ୍ କେବେ ଭଲ ଅଛି କି କେବେ ଖରାପ ଅଛି, ଲଭ୍ ବ୍ରେକଅପ୍ ବା ପ୍ୟାଚଅପ୍ ଓ ସେକ୍ସ ସମ୍ବନ୍ଧିତ ସମସ୍ତ ବିଷୟ ଏହି ଆପ୍ ଦ୍ୱାରା ଫେସବୁକ୍ ସଂଗ୍ରହ କରିଥାଏ । ଏହା ସହ ନିଜର ବ୍ୟକ୍ତିଗତ ସମ୍ବନ୍ଧିତ ସମସ୍ତ ବିଷୟ ଆପ୍ ଦ୍ୱାରା ଜଣାପଡିଥାଏ ।

Buzzfeed ନ୍ୟୁଜର କହିବା ମୁତାବକ, ଫେସବୁକକୁ ପଠାଯାଉଥିବା ତଥ୍ୟକୁ ଟାର୍ଗେଟ ବିଜ୍ଞାପନ ପାଇଁ ବ୍ୟବହାର କରାଯାଇଥାଏ । ତେବେ ଏହି ଆପ୍ ମଧ୍ୟରେ MAYA ଓ MIA fem ଆପ୍ ସାମିଲ ରହିଛି । ମାୟାକୁ ଗୁଗୁଲ ପ୍ଲେ ଓ ଆପ୍ ଷ୍ଟୋରରେ ୫ ମିଲିୟନରୁ ଅଧିକ ଥର ଡାଉନଲୋଡ୍ ମଧ୍ୟ କରାଯାଇଛି । ସେହିପରି ମିଆକୁ ୨ ମିଲିୟନରୁ ଅଧିକ ୟୁଜର ଡାଉନଲୋଡ କରିଛନ୍ତି ।

ତେବେ ଉଭୟ ମାୟା ଓ ମିଆ ହେଉଛନ୍ତି ପିରିୟଡ ଟ୍ରାକିଙ୍ଗ ଆପ୍ । ଏହି ଦୁଇ ଆପ୍ ୟୁଜରଙ୍କୁ ବହୁ ବ୍ୟକ୍ତିଗତ ତଥ୍ୟ ମାଗିଥାଏ । ଏହା ପରେ ଅନେକ ଅପରେଟିଙ୍ଗ ସିଷ୍ଟମ ବ୍ୟବହାର କରି ଟ୍ରାକ୍ କରିବା ସହ ଫେସବୁକର ବିଜ୍ଞାପନ ନେର୍ଟୱାର୍କର ସାହାର୍ଯ୍ୟରେ କୋଟି କୋଟି ଟଙ୍କା ଲାଭ କରାଯାଉଛି । ସୂଚନାମୁତାବକ, ଏହି ଡାଟା ଫେସବୁକ୍ ବ୍ୟତିତ ଆଉ କେଉଁଠି ସେୟାର ହେଉଛି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.