fbpx

ଆଜି ସୁପ୍ରିମ କୋର୍ଟରେ  ରଥଯାତ୍ରା ମାମଲାର ଶୁଣାଣି

ନୂଆଦିଲ୍ଲୀ, ୨୨/୬(ଓଡ଼ିଶା ଭାସ୍କର): ଆଜି ସୁପ୍ରିମ କୋର୍ଟରେ  ରଥଯାତ୍ରା ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି। ମୂଳ ପିଟିସନ ସହ ମୋଡିଫିକେସନ ପିଟିସନର ଏକତ୍ର ଶୁଣାଣି ହେବ।ଦିନ ୧୧ଟାରେ ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ  ଖଣ୍ଡପୀଠରେ କୋର୍ଟରେ  ଶୁଣାଣି ହେବ।ଜଣିକିଆ ଖଣ୍ଡପୀଠ ସନ୍ତୁଷ୍ଟ ହେଲେ ୩ ଜଣିଆ ଖଣ୍ଡପୀଠକୁ  ଆବେଦନ ଯିବ ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୮ ତାରିଖ ଦିନ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । ଚଳିତବର୍ଷ ଜୁନ ୨୩ରେ ହେବାକୁ ଥିବା ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବନାହିଁ । ରଥଯାତ୍ରା ସମ୍ପର୍କିତ ସମସ୍ତ କାର୍ଯ୍ୟକଳାପ ଉପରେ ମଧ୍ୟ ସ୍ଥଗିତାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ । କରୋନା ସଙ୍କଟ ବେଳେ ଲୋକ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଥିଲା । ଜନସ୍ୱାସ୍ଥ୍ୟ ଓ ନାଗରିକ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟ ଏହିପରି ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।

Get real time updates directly on you device, subscribe now.