fbpx
BSKY
BJD SHG SKY
BJD YOUTH SKY

ବଡ଼ଦିନ ଛୁଟିରେ ବି ଖୋଲା ରହିବ ଏହି ଜିଲ୍ଲାର ସମସ୍ତ ସ୍କୁଲ, ପାଠ ପଢ଼ାଇବେ ଶିକ୍ଷକ: ଜାଣନ୍ତୁ କାହିଁକି…

ଓଡିଶା ଭାସ୍କର: ଅନୁଗୁଳରେ ଜିଲ୍ଲାରେ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ପ୍ରତି ସ୍କୁଲରେ ଆସନ୍ତା ବୋର୍ଡ ପରୀକ୍ଷାରେ ୩ ପ୍ରତିଶତ ଇ୧ ଗ୍ରେଡ ଓ ୫ ପ୍ରତିଶତ ଇ୨ ଗ୍ରେଡ ପାସ୍ ହାର ପାଇଁ ଟାର୍ଗେଟ ଦିଆଯାଇଛି। ଯେଉଁଥିପାଇଁ ବଡ଼ଦିନ ଛୁଟିରେ ବି ଏହି ଜିଲ୍ଲାର ସମସ୍ତ ସ୍କୁଲ ଖୋଲା ରହିବ। ଏନେଇ ଜିଲ୍ଲାର ସବୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

ସୂଚନା ଅନୁଯାୟୀ, ମାଟ୍ରିକ ପିଲାଙ୍କ ପାଇଁ ୨୧ ରୁ ୩୦ ଡିସେମ୍ବର ଯାଏ ଜିଲ୍ଲାରେ କୋଚିଂ କ୍ୟାମ୍ପ ଆୟୋଜନ କରାଯିବ। ଯେଉଁଥିରେ ପିଲାଙ୍କୁ ଇ ଓ ଈ ଦୁଇଟି ବର୍ଗରେ ବିଭକ୍ତ କରି କୋଚିଂ ଦିଆଯିବ। ଇ ଗ୍ରୁପ୍ ପାଇଁ ବିଭିନ୍ନ ସ୍କୁଲରେ ବ୍ୟବସ୍ଥା କରାଯାଇଛି। ଟ୍ୟାଗ ହୋଇଥିବା ସ୍କୁଲକୁ ଯାଇ ପିଲା କୋଚିଂ ନେବେ ବୋଲି କୁହାଯାଇଛି। ସେହିପରି ଈ ଗ୍ରୁପ୍ ପିଲାମାନେ ନିଜ ସ୍କୁଲରେ କୋଚିଂ ନେବେ। ଏଥିପାଇଁ ପୂରା ଜିଲ୍ଲାର ସ୍କୁଲ ଗୁଡ଼ିକରେ ପ୍ରସ୍ତୁତି କରାଯାଇଛି। ଫଳରେ ବଡ଼ଦିନ ଛୁଟିରେ ବି ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ସ୍କୁଲ ଯିବାକୁ ପଡିବ। ତେବେ ଏଭଳି ଭିନ୍ନ ପଦକ୍ଷେପକୁ ଅନେକ ଜଣ ପ୍ରଶଂସା କରୁଥିବା ବେଳେ କିଛି ଶିକ୍ଷକ, ଶିକ୍ଷୟତ୍ରୀ ଅସନ୍ତୋଷ ମନେ କରିଛନ୍ତି।

 

Get real time updates directly on you device, subscribe now.