fbpx

ଅଧିକ ହିଁ ନୁହଁ ବରଂ କମ୍ ଲୁଣ ଖାଇଲେ ବି ହେବେ ଏହି ସବୁ ରୋଗର ଶିକାର

ନୂଆଦିଲ୍ଲୀ: ଖାଦ୍ୟରେ ଲୁଣ କମ୍ କିମ୍ବା ଅଧିକ ହେଲେ ଖାଦ୍ୟର ସ୍ୱାଦ ସହିତ ସ୍ୱାସ୍ଥ୍ୟ ବି ବିଗିଡ଼ିବାର ସମ୍ଭାବନା ରହିଛି । ଆପଣ ମାନେ ଶୁଣିଥିବେ ଯେ, ଅଧିକ ଲୁଣ ଖାଇଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ ହେଲେ କଣ ଆପଣ ଜାଣିଛନ୍ତି କମ୍ ଲୁଣ ଖାଇବା ଦ୍ୱାରା ଅନେକ ରୋଗ ବ୍ୟାପିବାରେ । ତେବେ ଆଜି ଆମେ ଏହି ଖବର ମାଧ୍ୟମରେ ଜାଣିବା କଣ ସେହି ସବୁ ରୋଗ ଯାହା କମ୍ ଲୁଣ ଖାଇଲେ ହୋଇଥାଏ ।

ବାସ୍ତବରେ ଆପଣ ମାନେ ନିହାତି ଜାଣିବା ଆବଶ୍ୟକ ଯେ, ଆୟୋଡିନ୍ ର ମୁଖ୍ୟ ସ୍ରୋତ ହେଉଛି ଲୁଣ । ଯାହା ଶରୀରକୁ ଅନେକ ପ୍ରକାରର ଫାଇଦା ଦେଇଥାଏ । ଆଉ ଆୟୋଡିନ୍ କମ୍ ହେଲେ ଥାଇରଏଡ୍ ଗ୍ରନ୍ଥି ଠିକ୍ ଭାବରେ କାମ କରେ ନାହିଁ । ଏହାର ମାତ୍ରା ଶରୀରରେ କମିଲେ ହାଇପୋଥାୟରାଡିଜ୍ମ ଭଳି ରୋଗ ଦେଖାଦେଇପାରେ । ଖାଲି ସେତିକି ନୁହେଁ କୋଲେଷ୍ଟ୍ରୋଲ୍ କୁ ବି ବଢ଼ାଇଥାଏ ।

ଡାଇବେଟିସ୍:

କମ୍ ଲୁଣ ଖାଇବା ଦ୍ୱାରା, ଆପଣ ପର୍ୟ୍ୟାପ୍ତ ପରିମାଣର ସୋଡିୟମ୍ ଗ୍ରହଣ କରିବାକୁ ସମର୍ଥ ହେବେ ନାହିଁ, ଯେଉଁ କାରଣରୁ ଆପଣ ଟାଇପ୍-୨ ମଧୁମେହର ଶିକାର ହୋଇପାରନ୍ତି । ୨୦୧୦ ମସିହାରେ ହାର୍ଭାର୍ଡ ୟୁନିଭରସିଟିରେ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ଲୁଣର ଅଭାବ ସିଧାସଳଖ ଇନସୁଲିନ୍ ସମ୍ବେଦନଶୀଳତା ସହିତ ଜଡିତ ଥିବା କୁହାଯାଇଛି । ଇନସୁଲିନ୍ ସମ୍ବେଦନଶୀଳତାର ଅଭାବ ହେଉଛି ମଧୁମେହର ପୂର୍ବ ପର୍ୟ୍ୟାୟ । ଅନୁସନ୍ଧାନରୁ ଜଣାପଡିଛି ଯେ ଟାଇପ୍ ୧ ଏବଂ ଟାଇପ୍-୨ ମଧୁମେହ ରୋଗୀଙ୍କର କମ୍ ସୋଡିୟମ୍ ଖାଦ୍ୟରେ ମୃତ୍ୟୁ ହେବାର ଆଶଙ୍କା ରହିଥାଏ ।

ନିମ୍ନ ରକ୍ତଚାପ:

ଅଧିକ ଲୁଣ ଖାଇବା ଦ୍ୱାରା ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ହୋଇପାରେ, ସେହିପରି ବିନା କୌଣସି କାରଣରେ କମ୍ ଲୁଣ ଖାଇବା ଦ୍ୱାରା ନିମ୍ନ ରକ୍ତଚାପ ବି ହୋଇପାରେ ।

ମସ୍ତିଷ୍କରେ ଫୁଲା, କୋମା ହେବାର ଆଶଙ୍କା:

ରକ୍ତରେ ସୋଡିୟମ୍ ସ୍ତର କମ୍ ହେତୁ ହାଇପୋନେଟ୍ରେମିଆ ଭଳି ସ୍ଥିତି ଦେଖାଦେଇଥାଏ । ଆଉ କମ୍ ଲୁଣ ଖାଇଲେ ଏହା ଆହୁରି ବଢ଼ିବାର ଆଶଙ୍କା ଦେଖାଦିଏ । ଏହାର ଲକ୍ଷଣଗୁଡ଼ିକ ଡିହାଇଡ୍ରେସନ୍ କାରଣରୁ ଦେଖାଯାଉଥିବା ଲକ୍ଷଣ ସହିତ ସମାନ ଜ୍ଝ ଯଦି ସମସ୍ୟା ଗୁରୁତର ହୁଏ, ତେବେ ଜଣେ ବ୍ୟକ୍ତିର ମସ୍ତିଷ୍କ ପ୍ରଦାହ ହୋଇପାରେ, ମୁଣ୍ଡବିନ୍ଧା, କୋମା ଏବଂ ମୃତ୍ୟୁ ମଧ୍ୟ ହୋଇପାରେ ଜ୍ଝ

 

Get real time updates directly on you device, subscribe now.