fbpx
BSKY
BJD SHG SKY
BJD YOUTH SKY

ISISର ଆତଙ୍କୀ ହମଲା; ୧୩ ପୋଲିସ କର୍ମୀ ନିହତ

ନୂଆଦିଲ୍ଲୀ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ପକ୍ଷରୁ ଆଉ ଏକ ବର୍ବର ଆକ୍ରମଣ କରାଯାଇଛି । ପୋଲିସ ବାହିନୀ ଉପରେ ଆଇଏସଆଇଏସ ପକ୍ଷରୁ ଆକ୍ରମଣ କରାଯିବାରୁ ୧୩ ଜଣ ପୋଲିସ ଅଧିକାରୀ ପ୍ରାଣ ହରାଇଛନ୍ତି । ଉତ୍ତର ଇରାକରେ ଏକ ଚେକ ପଏଣ୍ଟରେ ଏହି ବର୍ବର ଆକ୍ରମଣ ୧୩ ଜଣ ପୋଲିସ ଅଧିକାରୀଙ୍କ ପ୍ରାଣହାନି ଘଟିଛି । ଅଲ ରଶାଦରୁ ୬୫ କିମି ଦୂର କିର୍କୁକ ସହରରେ ଏହି ଆକ୍ରମଣ ଘଟିଥିଲା ।

ଫେଡେରାଲ ଚେକପୋଷ୍ଟ ଉପରେ ଆଇଏସଆଇଏସ ଆତଙ୍କୀମାନେ ଅଚାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୧୩ ଜଣ ପୋଲିସ ଅଧିକାରୀ ନିହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।କିର୍କୁକରେ ରହିଥିବା ଏକ ମେଡିକାଲ ବେସ ପକ୍ଷରୁ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ କରାଯାଇଛି ।

Get real time updates directly on you device, subscribe now.