fbpx

ପିଲା କାନ୍ଦିବା ପରି ଶବ୍ଦ କରେ ଏହି ପକ୍ଷୀ, ଆଖିରେ ନଦେଖିଲେ ବିଶ୍ୱାସ ହେବନି; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମଣିଷ ମାନଙ୍କ ପରି ପଶୁପକ୍ଷୀ ମାନଙ୍କର ବି ଏକ ଅଲଗା ଦୁନିଆ ରହିଥାଏ । ଯେଉଁଠାରେ ସେମାନେ କାନ୍ଦନ୍ତି, ଦୁହେଁ ଦୁହିଁଙ୍କ ଭାଷା ବୁଝିଥାନ୍ତି । ଆହୁରି ଅନେକ ପ୍ରକାରର କାର୍ଯ୍ୟ କରିଥାନ୍ତି । ତେବେ ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ପ୍ରଜାତିର ପକ୍ଷୀ ରହିଛନ୍ତି । କୁହାଯାଏ ପୃଥିବୀରେ ମୋଟ ୫୦ ବିଲିୟନ୍ ଅର୍ଥାତ୍ ୫୦୦୦ କୋଟି ପକ୍ଷୀ ରହିଛନ୍ତି । ଏଥିରେ ଲାୟର୍ ବାର୍ଡ (lyreBird) ନାମ ଏକ ପକ୍ଷୀ ରହିଛି । ଯାହାର ସ୍ୱର ଶୁଣି ଆପଣ ମାନଙ୍କୁ ଏକଦମ୍ ଲାଗିବ ଯେ, କୌଣସି ଏକ ପିଲା କାନ୍ଦୁଛି ।

ପକ୍ଷୀର ସ୍ୱର ଶୁଣି ଆପଣ ମାନେ ନିଶ୍ଚୟ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପକ୍ଷୀର ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ପକ୍ଷୀଟି ଗୋଟିଏ ଛୋଟ ଛୁଆର କାନ୍ଦିବା ପରି ଶବ୍ଦ କରୁଛି । ଏହାକୁ ଶୁଣି ଅନ୍ଦାଜ୍ ଲଗାଇବା କଷ୍ଟକର ହେବ । ସତରେ ଲାଗିବ ଯେପରି କୌଣସି ଏକ ଛୁଆ ଆଖପାଖରେ କାନ୍ଦୁଛି ।

ତେବେ ଏହି ପକ୍ଷୀ ଅଷ୍ଟ୍ରେଲିୟାରେ ଦେଖିବାକୁ ମିଳେ । କୁହାଯାଏ ଏହି ପକ୍ଷୀ ଯେକୌଣସି ଶବ୍ଦକୁ ଶୁଣି ନକଲ କରିପାରେ । ତେଣୁ ମଣିଷଙ୍କ ଶବ୍ଦକୁ ସେ ନକଲ କରି ଏପରି କରୁଛି । ଭିଡିଓଟି ଖୁବ୍ ପୁରୁଣା କିନ୍ତୁ ଆଜି ବି ଏହା ଟ୍ରେଣ୍ଡ୍ କରୁଛି ।

Get real time updates directly on you device, subscribe now.