fbpx

ପୂର୍ବତନ ଆଫଗାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ISI ମୁଖ୍ୟ: ମିଳିତ ସରକାର ଗଠନ ସମ୍ଭାବନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ପାକ ଗୁଇନ୍ଦା ସଂସ୍ଥା ଆଇଏଆଇ ମୁଖ୍ୟ ଜେନେରାଲ ଫୈଜ ଅହମ୍ମଦ ପୂର୍ବତନଗ ଆଫଗାନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକମାତ୍ୟାରଙ୍କୁ ଭେଟିଛନ୍ତି । ଫୈଜ ଅହମ୍ମଦ କାବୁଲ ଗସ୍ତ କରି ଗୁଲବୁଦ୍ଦିନଙ୍କୁ ଭେଟିଛନ୍ତି । ଏହି ଭେଟ ପରେ ଆଫଗାନିସ୍ତାନରେ ମିଳିତ ସରକାର ଗଠନ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ନବେ ଦଶକରେ ଦୁଇ ଦୁଇ ଥର ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ରହିଥିବା ଗୁଲବୁଦ୍ଦିନ ହେଜବ ଏ ଇସଲାମୀ ରାଜନୈତିକ ଦଳର ପ୍ରତିଷ୍ଠାତା ।
ଶନିବାର ଆଇଏସଆଇ ମୁଖ୍ୟ କାବୁଲରେ ପହଞ୍ଚିବା ପରେ ତାଲିବାନ ପକ୍ଷରୁ ତାଙ୍କ୍ୁ ସ୍ୱାଗତ କରାଯାଇଥିଲା । ଆଫଗାନିିସ୍ତାନ ଓ ପାକିସ୍ତାନର ଭବିଷ୍ୟତର ସମ୍ପର୍କ, ସୁରକ୍ଷା ଓ ଅର୍ଥନୈତିକ ବ୍ୟବସ୍ଥା ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି । ବ୍ୟବସାୟିକ ସମ୍ପର୍କରେ ଆଲୋଚନା ସହିତ ତାଲିବାନର ଉଚ୍ଚସ୍ତରୀୟ ନେତାଙ୍କ ସହିତ ଫୈଜ ଆଲୋଚନା କରିବେ ବୋଲି ଜଣାପଡିଛି । ଅଗଷ୍ଟ ୧୫ ତାରିଖରେ କ୍ଷମତା ଅକ୍ତିଆର କରିବା ପରଠାରୁ ପ୍ରଥମ ଅଧିକାରୀ ଭାବରେ ଫୈଜ ଆଫଗାନ ଥଗସ୍ତ କରିଛନ୍ତି । ତାଲିବାନ ପକ୍ଷରୁ ସରକାର ଗଠନର ପ୍ରୟାସ କରାଯାଉଥିଲେ ମଧ୍ୟ ଏହା ସଫଳ ହୋଇନାହିଁ ।

Get real time updates directly on you device, subscribe now.