fbpx
BSKY SKY
BSKY SKY

ଦୁଇ ମାସ ପାଇଁ ଏହି ସବୁ ଟ୍ରେନ ଆଂଶିକ ବାତିଲ୍ ଓ ହେବ ମାର୍ଗ ପରିବର୍ତ୍ତନ

BSKY

ଓଡିଶା ଭାସ୍କର: ଦୁଇମାସ ଅବଧି ପାଇଁ ପ୍ରଶାନ୍ତି ଏକ୍ସପ୍ରେସ ଟ୍ରେନ୍‌ର ମାର୍ଗ ପରିବର୍ତ୍ତନ କରାଯାଇଛି। ସେହିପରି ହାଓଡ଼ା-ଏସ୍ଏ‌ସ୍‌ପିଏନ୍‌ ଏକ୍ସପ୍ରେସ୍‌ର ଆଂଶିକ ବାତିଲ କରାଯାଇଛି। ଟ୍ରେନ୍‌ ନମ୍ବର ୨୨୮୩୧/୨୨୮୩୨ ହାଓଡ଼ା-ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସ୍‌ଏସ୍‌ପିଏନ୍‌)- ହାୱଡ଼ା ଏକ୍ସପ୍ରେସ୍‌ ୬ ଡିସେମ୍ବର ୨୦୨୩ରୁ ୬ ଫେବ୍ରୁଆରି ୨୦୨୪ ପର୍ୟ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ହାୱଡ଼ା ଠାରୁ ଏବଂ ୮ ଡିସେମ୍ବର ୨୦୨୩ ଠାରୁ ୯ ଫେବ୍ରୁଆରି ୨୦୨୪ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ଦିନ ଏସଏସପିଏନ ଠାରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ଧର୍ମାଭରମ ଏବଂ ଏସଏସପିଏନ ମଧ୍ୟରେ ବାତିଲ ରହିବ ବୋଲି ଜଣାପଡିଛି। ଅନ୍ୟପଟେ ଟ୍ରେନ୍‌ ନମ୍ବର ୧୮୪୬୪/୧୮୪୬୩ ବେଙ୍ଗାଲୁରୁ-ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‌ ୮ ଡିସେମ୍ବର ୨୦୨୩ରୁ ୮ ଫେବ୍ରୁଆରି ୨୦୨୪ ପର୍ୟ୍ୟନ୍ତ ବେଙ୍ଗାଲୁରୁ ଠାରୁ ଏବଂ ୭ ଡିସେମ୍ବର ୨୦୨୩ ରୁ ୭ ଫେବ୍ରୁଆରି ୨୦୨୪ ପର୍ୟ୍ୟନ୍ତ ଭୁବନେଶ୍ୱରରୁ ଛାଡିବାକୁ ଥିବା ଟ୍ରେନ ଉଭୟ ପାର୍ଶ୍ୱରୁ ପେନୁକୋଣ୍ଡା-ନାଗସମୁଦ୍ରମ୍-ଧର୍ମାଭରମ ମାର୍ଗରେ ଚଳାଚଳ କରିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ୟ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସତ୍ୟ ସାଇ ପ୍ରଶାନ୍ତି ନିଳୟମ ଏବଂ ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ/ବ୍ରିଜ ଗୁଡିକର ଜରୁରୀ ମରାମତି ଯୋଗୁଁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି।

 

Get real time updates directly on you device, subscribe now.