fbpx

(Video) ମହିଳାଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ କହି କାନ୍ଦି ପକାଇଲେ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍

Advertisement

ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍-ଉନ୍ ତାଙ୍କରେ ହ୍ରାସ ପାଉଥିବା ଜନସଂଖ୍ୟାକୁ ନେଇ ବହୁ ଚିନ୍ତିତ ଅଛନ୍ତି। ଦେଶର ଜନ୍ମ ହାରରେ ହ୍ରାସ ସେମାନଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଯେଉଁଥିପାଇଁ ରବିବାର ପ୍ୟୋଙ୍ଗୟାଙ୍ଗରେ ଉତ୍ତର କୋରିଆ ସରକାରଙ୍କ ପକ୍ଷରୁ ଏକ “ନ୍ୟାସନାଲ ମଦର୍ସ ମିଟିଂ” ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍-ଉନ୍ ଯୋଗ ଦେଇ ମହିଳା ମାନଙ୍କୁ ସଚେତନ କରାଇଥିଲେ। ତେବେ ଏଥିରେ କିମ୍ କାନ୍ଦି କାନ୍ଦି ଦେଶର ମହିଳାଙ୍କୁ ଅଧିକ ଛୁଆ ଜନ୍ମ କରିବାକୁ କହୁଥିବାର ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ନିଜର କଠୋର ନିଷ୍ପତି ତଥା ନିର୍ଦ୍ଦୟ ଚରିତ୍ର ପାଇଁ ସାରା ବିଶ୍ୱରେ ପରିଚିତ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ୍-ଉନ୍ । ଏହା ସହ ଆମେରିକା ଭଳି ଦେଶକୁ ଭୟ କରୁନଥିବା ଏହି ଶାସକ ସର୍ବ ସମ୍ମୁଖରେ କାନ୍ଦୁଥିବାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି।

United Nations Population Fund (UNFPA)ର ତଥ୍ୟ ଅନୁଯାୟୀ ୨୦୨୩ରେ ଉତ୍ତର କୋରିଆରେ ଜନ୍ମହାର ଜଣେ ମହିଳା ପିଛା ୧.୭୯ ରହିଛି। ୨୦୧୪ ମସିହାରେ ଏହି ହାର ୧.୮୮ ଥିଲା। ଅନ୍ୟପକ୍ଷରେ ଦକ୍ଷିଣ କୋରିଆରେ ଜନ୍ମହାର ୨୦୧୪ରେ ଜଣେ ମହିଳା ପିଛା ୧.୨୦ ଥିବା ବେଳେ ୨୦୨୨ରେ ଏହା ୦.୭୮କୁ ଖସିଥିଲା। ତେବେ ଦେଶକୁ ସଶକ୍ତ କରିବା ଉଦେଶ୍ୟ ରଖି କିମ୍ ଜଙ୍ଗ୍ ଉନ୍‌ ଏଭଳି ସଚେତନତା କାର୍ୟ୍ୟକ୍ରମ ଆୟୋଜନ କରୁଥିବା କୁହାଯାଉଛି । ଅନ୍ୟପଟେ ଉତ୍ତର କୋରିଆର ଆଖପାଖ ଦେଶରେ ଜନ୍ମ ହାର ମଧ୍ୟ ହ୍ରାସ ପାଇଛି । ଏଥିରେ ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ସାମିଲ ଅଛନ୍ତି।

 

 

Get real time updates directly on you device, subscribe now.