fbpx

ପ୍ରଥମ କିଡନୀ ପ୍ରତିରୋପଣ କରି ସଫଳ ହେଲା ଉତ୍କଳ ହସ୍ପିଟାଲ

Advertisement

ଓଡିଶା ଭାସ୍କର: ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି-ସ୍ପେସିଆଲିଟି ଉତ୍କଳ ହସ୍ପିଟାଲରୁ କିଡନୀ ପ୍ରତିରୋପଣ ହୋଇଥିବା ପ୍ରଥମ ତଥା ଜଣେ ପୁରୁଷ ରୋଗୀ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି। ସେ ଆଜି ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିବା ଦେଖିବାକୁ ମିଳିଛି। ତେବେ ଏଣିକି ସେ ଅନ୍ୟ ମାନଙ୍କ ଭଳି କାମ କରିପାରିବେ ବୋଲି ଉତ୍କଳ ହସ୍ପିଟାଲ ନେଫ୍ରୋଲୋଜି ବିଭାଗର ସିନିୟର କନସୋଲଟାଣ୍ଟ ଡ଼.ଲଲାଟ ବରୁନ ପାତ୍ର କହିଛନ୍ତି।

ସୂଚନା ଅନୁଯାୟୀ, ସୁସ୍ଥ ହୋଇ ଫେରିଥିବା ଉକ୍ତ କିଡୀନ ରୋଗୀଙ୍କ ସମସ୍ୟା ଗତ ୬ ମାସ ତଳେ ଜଣାପଡିଥିଲା। ଏହା ପରେ ସେବେଠାରୁ ସେ ସପ୍ତାହରେ ୩ ଥର ଡ଼ାଈଆଲିସିସି କରାଉଥିଲେ। ଶେଷରେ ତାଙ୍କ ଶାଶୁ ତାଙ୍କର ଗୋଟିଏ କିଡୀନ ତାଙ୍କ ଜ୍ୱାଇଁକୁ ଦେବା ପାଇଁ ନିଷ୍ପତି ନେଇଥିଲେ। ପରେ ଗତ ନଭେମ୍ବର ୨୭ ତାରିଖ ଦିନ ପୀଡିତଙ୍କ ଠାରେ କିଡୀନ ପ୍ରତିରୋପଣ ହୋଇଥିଲା। ତେବେ ସେ ମେଡିକାଲରେ ସେବେଠୁ ଚିକିତ୍ସାଧିନ ଥିବା ବେଳେ ଧୀରେ ଧୀରେ ସୁସ୍ଥ ହୋଇଥିଲେ। ଏବଂ ଆଜି ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ଘରକୁ ପଠାଯାଇଥିବା ଦେଖିବାକୁ ମିଳିଛି।

ତେବେ ଉତ୍କଳ ହସ୍ପିଟାଲ ଏହି ଜଟିଳ କିଡୀନ ପ୍ରତିରୋପଣ ପ୍ରଥମ କରି ସଫଳତାର ସହ ସମ୍ପର୍ଣ୍ଣ କରିଥିବା ଦେଖିବାକୁ ମିଳିଛି। ଡ଼.ଲଲାଟ ବରୁନ ପାତ୍ର(ନେଫ୍ରୋଲୋଜି), ଡ଼. ପବିତ୍ର କୁମାର ମିଶ୍ର(ଉରୋଲୋଜି) ଓ ସପୋର୍ଟ ଟିମର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ଆଜି ସମ୍ଭବ ହୋଇପାରିଥିବା କୁହାଯାଇଛି। ଯାହାକୁ ନେଇ ଟିମ ତରଫରୁ ଉତ୍କଳ ହସ୍ପିଟାଲର ଚେୟାରମ୍ୟାନ ଡ଼.ଆଦିତ୍ୟ ସାମଲ, ପରିଚାଳନା ନିର୍ଦ୍ଦେଶକ ଡ଼.ପ୍ରଜ୍ଞାନ ରଞ୍ଜନ ଘଡ଼ାଇ ଏବଂ ଚିଫ ଏକସେକ୍ୟୁଟିଭ ଅଫିସର ଡ଼. ଆଶିଷ ଚନ୍ଦ୍ରା ପ୍ରମୁଖଙ୍କୁ ତାଙ୍କୁ ଉତ୍ସାହିତ କରାଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସୁସ୍ଥ ହୋଇ ଘରକୁ ଫେରିଥିବା ରୋଗୀ ଜଣଙ୍କ ମେଡିକାଲ କତୃପକ୍ଷ ଓ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି।

Get real time updates directly on you device, subscribe now.