fbpx

ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ Prabandhostav-2023 ଅନୁଷ୍ଠିତ

ଓଡିଶା ଭାସ୍କର: ଭୁବନେଶ୍ୱର ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୩-୨୦୨୪ ଶିକ୍ଷାବର୍ଷରେ SIP(Summer Internship Program Contest) କାର୍ୟ୍ୟକ୍ରମ Prabandhostav ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ପଚାଶରୁ ଅଧିକ ମ୍ୟାନେଜମେଣ୍ଟ କଲେଜ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଏହି ଅବସରରେ ଆୟୋଜିତ ସଭାରେ ଶ୍ରୀଯୁକ୍ତ ଶିବାଶିଷ ଷଡ଼ଙ୍ଗୀ (ମାନବ ସମ୍ବଳ ମୁଖ୍ୟ ଆଦିତ୍ୟ ବିର୍ଲା ଲାଇଫ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ ଡକ୍ଟର ଆଦିତ୍ୟ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହା ସହ ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ସେକ୍ରେଟାରୀ ଶ୍ରୀ ରାଜର୍ଷି ଜ୍ଞାନଦର୍ଶୀ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଡାଇରେକ୍ଟର ପ୍ରଫେସର ଡ଼. ତ୍ରିଲୋଚନ ନାୟକ ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ରିସର୍ଚ୍ଚର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ। ସେହିପରି ମୁଖ୍ୟ ଅତିଥି ଶିବାଶିଷ ଷଡ଼ଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ କିଛି ନୂଆ ଗବେଷଣା କରିବାକୁ ଉତ୍ସାହିତ କରିଥିଲେ। ସମ୍ମାନୀୟ ଅତିଥି ସମାଜ ବିକାଶରେ ରିସର୍ଚ୍ଚର ଭୂମିକା ଉପରେ ଆଲୋକପାତ କରାଇଥିଲେ। ତେବେ Amity University ର ଅମିତ ପ୍ରସାଦ ସାହୁ ଆଜିର କାର୍ୟ୍ୟକ୍ରମରେ 1st prize ସହ ଦଶ ହଜାର ଟଙ୍କା ରାଶି ପୁରସ୍କାର ପାଇଥିଲେ। ସେହିପରି KIIT University ଛାତ୍ର ସତ୍ୟ ପଟ୍ଟନାୟକ 2nd prize ସହ ପାଞ୍ଚ ହଜାର, CIME college ର ପ୍ରୀତି ବନ୍ୟାଙ୍କୁ 3rd prize ସହ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପ୍ରଫେସର ଅମିତା ପଣ୍ଡା ସଂଯୋଜନା କରିଥିଲେ। ଅନ୍ୟପଟେ ପ୍ରଫେସର ରୋସନି ଦାସ, ପ୍ରଫେସର କୈବଲ୍ୟ ମହାନ୍ତି ଓ ଆଶିୱିନି ରାଉତ ଏହାକୁ ପରିଚାଳନା କରିଥିବା ବେଳେ ଡିନ୍ ପ୍ରଫେସର ଦୀପକ ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

 

Get real time updates directly on you device, subscribe now.