fbpx

ମାର୍ଚ୍ଚ ୩୧ଯାଏଁ ଦେଶର ସବୁ ଯାତ୍ରୀବାହୀ ଟ୍ରେନ୍ ବାତିଲ

ଭୁବନେଶ୍ୱର, ୨୨ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳ ବୋର୍ଡ଼ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୩୧ ରାତି ୧୨ଟା ଯାଏ ଦେଶର ସବୁ ଯାତ୍ରୀବାହୀ ଟ୍ରେନ୍ ବାତିଲ କରାଯାଇଛି । ସବୁ ଏକ୍ସପ୍ରେସ, ମେଲ୍, ଇଣ୍ଟରସିଟି ଓ ପାସେଞ୍ଜର ଟ୍ରେନ ବାତିଲ ହୋଇଛି । ଆଜି ଭୋର ୪ଟା ପୂର୍ବରୁ ଛାଡ଼ିଥିବା ସବୁ ଟ୍ରେନ ଗନ୍ତବ୍ୟ ସ୍ଥଳ ଯାଏ ଯିବ । । ମାର୍ଚ୍ଚ ୩୧ଯାଏ କେବଳ ମାଲବାହୀ ଟ୍ରେନ୍ ଚାଲିବ । ଜରୁରୀ ହେଲେ ଆଜି ରାତି ୧୨ଟା ଯାଏ କେବଳ ମେଟ୍ରୋ ଟ୍ରେନ୍ ଚାଲିବ । ଏବେ ଦେଶରେ ୪୦୦ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଚାଲୁଛି । ଏଗୁଡ଼ିକ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଚଳାଚଳ ରଦ୍ଦ ହେବ । ବାତିଲ ହୋଇଥିବା ଟ୍ରେନର ଟିକେଟ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ଥ ହେବ । ଜୁନ୍ ୨୧ଯାଏ ଯାତ୍ରୀମାନେ ଟିକେଟର ଅର୍ଥ ଫେରସ୍ତ ନେଇପାରିବେ ।

Get real time updates directly on you device, subscribe now.