fbpx
BSKY
BJD MC SKY
BJD YOUTH SKY

ଆଲ୍‌ହାବାଦ ହାଇକୋର୍ଟ ୟୁପି ସରକାରଙ୍କୁ ପ୍ରଶ୍ନ : କାହିଁକି କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇପାରିବ ନାହିଁ

ପ୍ରୟାଗରାଜ : ସରକାରଙ୍କ ବିନା ଅନୁମତିରେ ସରକାରୀ କର୍ମଚାରୀଙ୍କ ବିରୋଧରେ କାହିଁକି ଏଫଆଇଆର ପଞ୍ଜିକୃତ ହେବ ନାହିଁ ବୋଲି ତାହା ଆହ୍ଲାବାଦ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି । କୋର୍ଟ ଜୁଲାଇ ୧୧ ଭିତରେ ଏହାର ଉତ୍ତର ସରକାରଙ୍କୁ ମାଗିଛନ୍ତି । ଓକିଲ ପ୍ରଦୀପ କୁମାର ଦ୍ୱିବେଦୀଙ୍କ ଅପରାଧିକ ସଂଶୋଧନ ଆବେଦନ ଉପରେ ଜଷ୍ଟିସ ଭିପିନ ଚନ୍ଦ୍ର ଦୀକ୍ଷିତ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ଉତ୍ତର କେନ୍ଦ୍ରୀୟ ରେଳପଥ ଦ୍ୱାରା ନିୟମିତ ହୋଇଥିବା ୧୧୫ ଜଣ କାଜୁଆଲ୍ କର୍ମଚାରୀଙ୍କ ସହ ଜଡ଼ିତ ଅଟେ । ଅଭିଯୋଗ ହୋଇଛି ଯେ, କାଜୁଆଲ କର୍ମଚାରୀଙ୍କ ରେକର୍ଡ ଭୁଲ ଉପାୟରେ ନଷ୍ଟ କରାଯାଇଥିଲା । ରେଳବାଇର ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର, ବରିଷ୍ଠ ପର୍ସନାଲ ଅଫିସର ବ୍ରିଜେଶ କୁମାର ଚାଟୁର୍ବେଦୀ ଏବଂ ଉତ୍ତର କେନ୍ଦ୍ରୀୟ ରେଳପଥର ଅନ୍ୟ ପୂର୍ବତନ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାହାର ତଦନ୍ତ ଆରମ୍ଭ ହେଉ ବୋଲି ଦାବି କରିଛନ୍ତି । ଆବେଦନକାରୀ କହିଛନ୍ତି, ରେଳବାଇର ମହାପ୍ରବନ୍ଧକ ଏବଂ ଅନ୍ୟ ଅଧିକାରୀ ମାନେ ୧୧୫ କାଜୁଅଲ କର୍ମଚାରୀଙ୍କୁ ଡିସେମ୍ବର ୧୧, ୧୯୯୬ ରେ ନିୟମିତ କରିଥିଲେ । ଅନେକ କର୍ମଚାରୀ ବାସ୍ତବିକ କର୍ମଚାରୀଙ୍କୁ ନିୟମିତ କରିବା ପରିବର୍ତ୍ତେ ସେମାନଙ୍କ ପସନ୍ଦକୁ ନିୟମିତ କରିଥିଲେ । କେନ୍ଦ୍ରୀୟ ସୂଚନା ଆୟୋଗର ନିର୍ଦ୍ଦେଶ ଉପରେ ଭିଜିଲାନ୍ସର ଯାଞ୍ଚ ହୋଇଥିଲା ।

ରିପୋର୍ଟରେ କୁହାଯାଇଥିଲା ଯେ, ବିଭାଗର ନିୟମିତ କର୍ମଚାରୀଙ୍କ ରେକର୍ଡ ଉପଲବ୍ଧ ନାହିଁ । ଆବେଦନକାରୀ ନକଲି କାଗଜ ପତ୍ର ତିଆରି କରିବା ଓ ସରକାରୀ କାଗଜ ପତ୍ର ନଷ୍ଟ କରିବା ଅଭିଯୋଗରେ ଧୁମନଙ୍ଗଜ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଶୁଣାଣି ନ ହେବାରୁ ମୁଖ୍ୟ ନ୍ୟାୟାଳୟର ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ । ଏହା ପରେ ମାଜିଷ୍ଟ୍ରେଟ କହିଥିଲେ ଲୋକ ସେବା ବିରୋଧରେ ସରକାର ବା ବିଭାଗର ଅନୁମତି ନନେଇ କୌଣସି ଅପରାଧିକ ମାମଲା ରୁଜୁ କରାଯିବ ନାହିଁ ଏବଂ ଆବେଦନକୁ ପ୍ରତ୍ୟାଖାନ କରିଦେଇଛନ୍ତି । ଯାହାକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ ଦିଆଗଲା ।

Get real time updates directly on you device, subscribe now.