fbpx

ଜୁଲାଇ ୩ ରେ ସୁର୍ଯ୍ୟଙ୍କ ପ୍ରକୋପରେ ଜଳିଲା ବିଶ୍ୱ: ବୈଜ୍ଞାନିକମାନେ କହିଲେ- ‘ଏହା ଏକ ମୃତ୍ୟୁଦଣ୍ଡ’

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଲଗାତାର ତାପମାତ୍ରା ନିରନ୍ତର ବଢିବାରେ ଲାଗିଛି । ବଢୁଥିବା ଗରମରେ ପୁରା ବିଶ୍ୱର ଅବସ୍ଥା ଏବେ ବିଗିଡ଼ିବାରେ ଲାଗିଲାଣି । ଏହାରି ମଧ୍ୟରେ ଆମେରିକାର ନ୍ୟାସନାଲ ସେଣ୍ଟର ଫର୍ ଏନଭୟରମେଣ୍ଟାଲ ପ୍ରଡକସନ୍ ଗରମକୁ ନେଇ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ, ଜୁଲାଇ ୩ ହେଉଛି ଏପର୍ଯ୍ୟନ୍ତ ସବୁଠୁ ଉତ୍ତପ୍ତ ଦିନ । ଏହାକୁ ନେଇ ବୈଜ୍ଞାନିକମାନେ କହିଛନ୍ତି ଯେ, ବଢୁଥିବା ଗରମ କୌଣସି ଉତ୍ସବ ନୁହେଁ, ବରଂ ଏହା ଲୋକମାନଙ୍କ ପାଇଁ ମୃତ୍ୟୁଦଣ୍ଡ ଅଟେ ।

ବିଶ୍ୱରେ ବଢିଚାଲିଥିବା କାଳବୈଶାଖୀ କାରଣରୁ ସୋମବାର ବୈଶ୍ୱିକ ତାପମାତ୍ରା ୧୭.୦୧ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା । ଯାହା ୨୦୧୬ରେ ୧୬.୯୨ ଡିଗ୍ରୀ ଥିଲା । ନିକଟରେ ଗତ ସପ୍ତାହରେ ଦକ୍ଷିଣ ଆମେରିକାରେ ପ୍ରବଳ ଗରମ ଅନୁଭୁତ ହୋଇଥିଲା । ସେହିଭଳି ଭାରତର ପଡ଼ୋଶୀ ଚୀନ୍‌ରେ ମଧ୍ୟ ପ୍ରବଳ ଗରମ ଅନୁଭୁତ ହେଉଛି । ସେହିପରି ଉତ୍ତର ଆଫ୍ରିକାରେ ତାପମାତ୍ରା ୫୦ ଡିଗ୍ରୀ ପାଖାପାଖି ପହଞ୍ଚିଯାଇଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ, ଆଣ୍ଟାର୍କଟିକାରେ ବର୍ତ୍ତମାନ ଥଣ୍ଡା ସମୟ, କିନ୍ତୁ ଏଠାରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ କରାଯାଇଛି । ଏହାକୁ ନେଇ ବ୍ରିଟେନ୍‌ର ଜଳବାୟୁ ବୈଜ୍ଞାନିକ ଫେଡେରିକ ଔଟୋ ବଢୁଥିବା ତାପମାତ୍ରାକୁ ନେଇ କହିଛନ୍ତି ଏହା କୌଣସି ଉପଲବ୍ଧି ନୁହେଁ ଯାହାର ଉତ୍ସବ ଆମେ ପାଳନ କରିବା ଉଚିତ୍ । ଏହା ଲୋକଙ୍କ ପାଇଁ ମୃତ୍ୟୁଦଣ୍ଡ ଅଟେ । ଏଥି ସହିତ ଅନ୍ୟ ବୈଜ୍ଞାନିକମାନେ କହିଛନ୍ତି ଯେ ଏଥିପାଇଁ ଜଳବାୟୁ ପରିବର୍ତ୍ତନ ଦାୟୀ । ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ଏଲ୍ ନିନୋ ନାମକ ଏକ ପ୍ରାକୃତିକ ପାଣିପାଗ ଘଟଣାର ମିଶ୍ରଣ ଏବଂ ମାନବଙ୍କଠାରୁ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ଉଷ୍ମତା ସୃଷ୍ଟି କରୁଛି ।

Get real time updates directly on you device, subscribe now.