fbpx
BSKY
BJD MC SKY
BJD YOUTH SKY

ବିଜେପି ପ୍ରଦେଶ ସଂଗଠନରେ ବଡ ଧରଣର ପରିବର୍ତ୍ତନ, ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷଙ୍କୁ ହଟାଇ ଦିଆଯିବାରୁ ସମର୍ଥକ ପିଇଦେଲେ କୀଟନାଶକ

ହାଇଦ୍ରାବାଦ: ଭାରତୀୟ ଜନତା ପାର୍ଟି ଏକ ବଡ ପରିବର୍ତ୍ତନ ଆଣି ୪ ରାଜ୍ୟର ଅଧ୍ୟକ୍ଷଙ୍କୁ ବଦଳାଇ ଦେଇଛି । ଏହି କ୍ରମରେ ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷ ବନ୍ଦୀ ସଞ୍ଜୟଙ୍କୁ ହଟାଇ କେନ୍ଦ୍ର ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ପ୍ରଦେଶର ନୂଆ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ବନ୍ଦୀ ସଞ୍ଜୟଙ୍କୁ ହଟାଯିବାରୁ ତାଙ୍କ ସମର୍ଥକମାନେ ବିରୋଧ ଆରମ୍ଭ କରି ଦେଇଛନ୍ତି । ଏହି ନିଷ୍ପତ୍ତି ବିରୁଦ୍ଧରେ ଖମ୍ମମ ଜିଲ୍ଲାର ଗ୍ରାମୀଣ ଉପାଧ୍ୟକ୍ଷ ଗଜଲା ଶ୍ରୀନିବାସ କୀଟନାଶକ ପିଇ ଦେଇଛନ୍ତି । କୀଟନାଶକ ପିଇଦେବା ପରେ ଶ୍ରୀନିବାସଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି , ଯେଉଁଠି ତାଙ୍କ ଚିକିତ୍ସା ଜାରି ରହିଛି । ଏହି ଘଟଣା ପରେ ବିଜେପିର ଜିଲ୍ଲା ଅଧ୍ୟକ୍ଷ ଗଲ୍ଲା ସତ୍ୟନାରାୟଣ ଶ୍ରୀନିବାସଙ୍କୁ ଦେଖିବା ଲାଗି ହସ୍ପିଟାଲରେ ପହଞ୍ଚିଛନ୍ତି ଓ ଡାକ୍ତରଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ପ୍ରଦେଶ ସଂଗଠନରେ ବଡ ଧରଣର ପରିବର୍ତ୍ତନ କରିଛି । ବିଜେପି ୪ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ବଦଳାଇ ଦେଇଛି । ଏହି ୪ ରାଜ୍ୟ ମଧ୍ୟରେ ରହିଛି ପଞ୍ଜାବ, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା । ବାବୁଲାଲ ମାରାଣ୍ଡୀଙ୍କୁ ଝାରଖଣ୍ଡ, ସୁନୀଲ ଜାଖଡଙ୍କୁ ପଞ୍ଜାବ, ପି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଦାୟିତ୍ୱ ଜି.କିଶନ ରେଡ୍ଡୀଙ୍କୁ ଦିଆଯାଇଛି । ଏହା ବ୍ୟତିତ ଓବିସି ନେତା ରାଜେନ୍ଦ୍ର ଏଟିଲାଙ୍କୁ ତେଲେଙ୍ଗାନାରେ ନିର୍ବାଚନ ପରିଚାଳନା ସମିତି ଅଧ୍ୟ ଭାବରେ ନିଯୁକ୍ତି କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ତେଲେଙ୍ଗାନାରେ ନିର୍ବାଚନ ହେବ । ରେଡ୍ଡୀ ୟୁନାଇଟେଡ୍ ଆନ୍ଧ୍ରପ୍ରଦେଶ(ତେଲେଙ୍ଗାନା ଅଲଗା ହେବା ପୂର୍ବରୁ) ବିଜେପିର ଅଧ୍ୟକ୍ଷ ରହି ଆସିଛନ୍ତି । ରେଡ୍ଡୀଙ୍କୁ ସଞ୍ଜୟ ବନ୍ଦୀଙ୍କ ସ୍ଥାନରେ ନିଆଯାଇଛି । ସଞ୍ଜୟଙ୍କୁ ଦଳ କେନ୍ଦ୍ରରେ କୌଣସି ଦାୟିତ୍ୱ ଦେଇପାରେ ।

Get real time updates directly on you device, subscribe now.