fbpx

ନିରୀହ ଝିଅଙ୍କୁ ବଳାତ୍କାର ମାମଲାରେ ଆକ୍ସନ ନନେଲେ ନ୍ୟାୟ ଉପରୁ ଭରସା ଉଠିଯିବ: ହାଇକୋର୍ଟ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ ଦେଶରେ ଛୋଟ ଝିଅଙ୍କୁ ପୂଜା କରାଯାଏ, କିନ୍ତୁ ଦିନକୁ ଦିନ ନିରୀହ ଝିଅମାନଙ୍କୁ ବଳାତ୍କାର ଘଟଣା ବଢ଼ିବାରେ ଲାଗିଛି । ଜଣେ ୬ବର୍ଷର ବାଳିକାକୁ ବଳାତ୍କାର କରିବାର ଜଘନ୍ୟ ଅପରାଧ, ଯାହାର ଅର୍ଥ ସେ ଜାଣି ନାହାଁନ୍ତି, କେବଳ ପୀଡିତାଙ୍କ ନୁହେଁ ସମାଜର ଜୀବନର ମୌଳିକ ଅଧିକାର ବିରୁଦ୍ଧରେ ଏହା ଅପରାଧ । ଯଦି ଏପରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତେବେ ଲୋକମାନେ ନ୍ୟାୟ ବ୍ୟବସ୍ଥା ଉପରୁ ଭରସା ଉଠିଯିବ । ଏହି ମନ୍ତବ୍ୟ ସହିତ ଜଷ୍ଟିସ ଶେଖର କୁମାର ଯାଦବ ଛୋଟୁୁ ଓରଫ୍ ଜୁଲଫିଫର ଜାମିନ ଆବେଦନକୁ ଖାରଜ କରିଛନ୍ତି ।

କୋର୍ଟ କହିଛନ୍ତି, ‘ପ୍ରାୟତଃ ପୀଡିତାମାନେ ବଳାତ୍କାର ଅପରାଧ ବିଷୟରେ ରିପୋର୍ଟ କରନ୍ତି ନାହିଁ । ସମ୍ମାନ ବଞ୍ଚାଇବା ପାଇଁ ପରିବାର ମଧ୍ୟ ନିରବ ରହିଯାଆନ୍ତି ।’ ୧୨ ବର୍ଷରୁ କମ୍ ବାଳିକାଙ୍କୁ ବଳାତ୍କାର କରିବାର ଦଣ୍ଡ ୨୦ ବର୍ଷ କାରାଦଣ୍ଡରୁ ଆଜୀବନ କାରାଦଣ୍ଡକୁ ବୃଦ୍ଧି କରାଯାଇଛି । ପୀଡିତା ୬ ବର୍ଷର ବାଳିକାଙ୍କ କହିବା ମୁତାବକ, ତାଙ୍କୁ ମାଡ ମାରିବା ପରେ କ୍ଷେତକୁ ଧରିନେଇ ସେଠାରେ ବଳାତ୍କାର କରାଯାଇଥିଲା ।

ଚିକ୍ରାର କରିବାରୁ ମହିଳାମାନେ ଉଦ୍ଧାର କରିଥିଲେ ଓ ଅଭିଯୁକ୍ତ ଦୌଡି ପଳାଇଥିଲା । ପିତା ପୀଡିତାଙ୍କ କହିବା ଅନୁସାରେ ଏଫ୍ଆଇଆର୍ ଦାଖଲ କରିଥିଲେ । ଜଣେ ୬ ବର୍ଷର ବାଳିକାକୁ ବଳାତ୍କାର କରିବା ଅପରାଧ ବୋଲି କୋର୍ଟ କହିଛନ୍ତି ଏବଂ ଅଭିଯୁକ୍ତଙ୍କୁ ଜାମିନରେ ଛାଡିବାକୁ ମନା କରି ଦେଇଛନ୍ତି ।

Get real time updates directly on you device, subscribe now.