fbpx

(VIDEO)ଅପରେସନ ସରିଥିବା ମହିଳାଙ୍କୁ ଅସଦାଚରଣ ଅଭିଯୋଗ;ପ୍ରାଇଭେଟ୍ ପାର୍ଟକୁ କରୁଥିଲେ ଟଚ୍

ନୂଆଦିଲ୍ଲୀ: ଅପରେସନ ଥିଏଟର ଭିତରେ ଅଧା ଅଚେତ୍ ଅବସ୍ଥାରେ ଥିବା ଜଣେ ୩୯ ବର୍ଷ ମହିଳାଙ୍କୁ ଅସାଦଚରଣ ହୋଇଛି । ଯାହାକୁ ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଏପରି ଏକ ଘଟଣା କୋଲକାତାରେ ଥିବା ଗୋଟିଏ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲରେ ଦେଖିବାକୁ ମିଳିଛି । ତେବେ ଜଣେ ଅଜଣା କର୍ମଚାରି ଏଭଳି କରିଥିବା ଅନୁମାନ କରାଯାଉଛି । ମହିଳା ଜଣଙ୍କ ଏନେଇ ଫୁଲବାଗନ ପୁଲିସ ନିକଟରେ ଅଭିଯୋଗ କରିବାପରେ ପୁରା ଘଟଣା ସାମ୍ନାକୁ ଆସିଛି ।

ତେବେ ମହିଳାଙ୍କ କହିବା ଅନୁସାରେ ଗାଲବ୍ଲାଡର ସର୍ଜରୀ ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଓଟିକୁ ନିଆଯାଇ ୯ଟାରେ ନିସ୍ତେଜକ ଦିଆଯାଇଥିଲା । ପ୍ରାୟ ୧୧ଟା ସୁଦ୍ଧା ଅପରେସନ ଶେଷ ହୋଇଥିଲା । ତେବେ ଅପରେସନ ପରେ ମହିଳାଙ୍କୁ କିଛି ସମୟ ପାଇଁ ଓଟିରେ ରଖାଯାଇଥିଲା । ସେ ଅଧା ଅଚେତ୍ ଅବସ୍ଥାରେ ଥିବାବେଳେ କେହି ଜଣେ ତାଙ୍କ ସମ୍ବେଦନଶୀଳ ଅଙ୍ଗଗୁଡିକୁ ବାରମ୍ବାର ସ୍ପର୍ଶ କରୁଥିଲା । ମହିଳା ଜଣଙ୍କ ଆହୁରୀ ମଧ୍ୟ କହିଛନ୍ତି କେହି ଜଣେ ମୋ ଡାହାଣ ପାଖରେ ଛିଡା ହୋଇଥିଲା । ଆଉ ସେ ପ୍ରାଇଭେଟ୍ ପାର୍ଟକୁ ସ୍ପର୍ଶ କରୁଥିଲା । ଯାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଥିଲା । ଧିରେ ଧିରେ ମୁଁ ହୋଶକୁ ଫେରିବା ପରେ ସବୁ କିଛି ଜାଣିବାକୁ ପାଇଲି । କିନ୍ତୁ ନିସ୍ତେଜକ ଯୋଗୁଁ ମୁଁ ସେହି ବ୍ୟକ୍ତିଙ୍କୁ ଅଟକାଇ ପାରିନଥିଲି ।
ଶେଷରେ ମୁଁ ଆଖି ଖୋଲିଲା ବେଳକୁ ମୋ ପ୍ରାଇଭେଟି ପାର୍ଟରେ ଚିହ୍ନ ଦେଖିବାକୁ ପାଇଲି ।

ଏହି ଘଟଣାଟି ହେଉଥିବା ବେଳେ କୌଣସି ମହିଳା କର୍ମଚାରୀ ଓଟିରେ ନଥିଲେ । ଏନେଇ ମହିଳା ଜଣଙ୍କ ଗତକାଲି ପୁଲିସରେ ଲିଖିତ ଅଭିଯୋଗ କରିଛନ୍ତି । ପରେ ପୋଲିସ ଅଭିଯୋଗକାରୀଙ୍କ ମେଡିକାଲ ଟେଷ୍ଟ ମଧ୍ୟ କରାଇଛନ୍ତି । ସେପଟେ ଡିସିପି କହିଛନ୍ତି ମହିଳା ଜଣଙ୍କ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଇପିସି ଧାରା ୩୫୪ ଅନୁଯାୟୀ ଅଜଣା ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି । ଖୁବଶିଘ୍ର ଅଭିଯୁକ୍ତକୁ ଧରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.