fbpx
BSKY
BJD MC SKY
BJD YOUTH SKY

ଆଲୋଭେରା ଜୁସ ପିଇବା ଦ୍ୱାରା କଣ ସବୁ ଫାଇଦା ମିଳିଥାଏ ଜାଣନ୍ତୁ

ଆଲୋଭେରାରେ ବହୁତୁ ଔଷଧିୟ ଗୁଣ ରହିଛି। ଯାହା ଆମ  ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏହା ଆମର ସ୍ୱାସ୍ଥ୍ୟଜନିତ ଅନେକ ସମସ୍ୟାକୁ ଦୂର କରିଥାଏ। ଏହାର ରସରେ କ୍ୟାଲସିୟମ, ପଟାସିୟମ, ଫଲିକ୍ ଏସିଡ୍ ସହ ଭିଟାମିନ୍ ଏ, ବି-୧, ବି-୨, ବି-୬ ଓ ସି ରହିଛି।

ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ତେବେ ଆସନ୍ତୁ ଜାଣିବା ଆଲୋଭେରା ଜୁସ୍‌ ପିଇଲେ କ’ଣ ସବୁ ଲାଭ ମିଳିଥାଏ ।

ଆଲୋଭେରାକୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ପିଇବା ଦ୍ୱାରା ନିଜ ଓଜନ କମାଇ ପାରିବେ।

ଯଦି ଆପଣ ବେସି ମୋବାଇଲ ବ୍ୟବହାର କରୁଛନ୍ତି ତେବେ ଆଖି ଉପରେ ଏହା ଖରାପ ପ୍ରଭାବ ପକାଇଥାଏ ଓ ଦୃଷ୍ଟି ଶକ୍ତି କମି ଯାଇଥାଏ। ଆଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ।

ଆଲୋଭେରାରେ ଥିବା ଇମୋଡିନ୍‌ ଶରୀରରେ ଗ୍ଲୁକୋଜ୍‌ର ସ୍ତରକୁ କମ୍‌ କରିବା ସହ  ଇନ୍‌ସୁଲିନ୍‌ ସ୍ତର ନିୟନ୍ତ୍ରଣ କରି ଡାଇବେଟିସ୍‌କୁ ମଧ୍ୟ କଣ୍ଟ୍ରୋଲ୍‌ କରିଥାଏ।

ଆଲୋଭେରାରେ ଥିବା ଆଣ୍ଟି ଇନ୍‌ଫ୍ଲାମେଟୋରି  ଓ ଭିଟାମିନ୍‌ ସି’ ହଜମ ଭଲ କରିବା ସହ ପେଟର ଅଲସର୍‌ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ।

ଉଚ୍ଚ ରକ୍ତଚାପ ଥିବା ଲୋକ ଆଲୋଭେରା ପ୍ରତିଦିନ ଖାଇଲେ ଆପଣଙ୍କ ରକ୍ତ ଚାପ କମ ହୋଇଥାଏ।ତେଣୁ କମ୍‌ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ବିପଦ ଆଣିପାରେ।

 

Get real time updates directly on you device, subscribe now.