fbpx

ଅନୁଭୁତ ହେଲାଣି ଶୀତ : ରାଜ୍ୟର ଏହି ଅଞ୍ଚଳ ସବୁଠାରୁ ଅଧିକ ଥଣ୍ଡା

Advertisement

ଭୁବନେଶ୍ୱର : ବର୍ତ୍ତମାନ ଅନୁଭୁତ ହେଲାଣି ଶୀତ । ଦିନ ସାରା ଖରା ହେଉଥିବା ବେଳେ ରାତ୍ର ସମୟରେ ଏବେ ଶୀତର ପ୍ରଭାବ ପଡୁଛି । ତେବେ ଗତ ୨୪ଘଣ୍ଟା ମଧ୍ୟରେ ଜି. ଉଦୟଗିରି, ଯେଉଁ ଅଞ୍ଚଳରେ ସବୁଠାରୁ ଅଧିକ ଥଣ୍ଡା ହୁଏ । ସେଠାରେ ଆଜି ୧୩ ଡିଗ୍ରୀ ତାପମାତ୍ରା ରହିଥିବାର ସୂଚନା ମିଳିଛି । ଠିକ ସେହିଭଳି ରାଜ୍ୟର ଅନ୍ୟ ଜିଲ୍ଲା ତଥା କୋରାପୁଟରେ ଥଣ୍ଡାର ପ୍ରଭାବ ୧୩.୮ ଡିଗ୍ରୀ ରହିଛି, କିରେଇରେ ୧୪ଡିଗ୍ରୀ ହୋଇଥିବା ବେଳେ ଓଡ଼ିଶାର କାଶ୍ନୀର ତଥା ଦାରିଙ୍ଗବାଡ଼ିରେ ଥଣ୍ଡାର ପ୍ରଭାବ ୧୪.୫ ଡିଗ୍ରୀ ରହିଥିବାର ଆକଳନ କରାଯାଇଛି ।

Get real time updates directly on you device, subscribe now.