fbpx

ଦେଶର ଯୁବଗୋଷ୍ଠୀଙ୍କୁ କରିବାକୁ ହେବ ଦିନକୁ ୧୨ ଘଣ୍ଟା କାମ, ନାରାୟଣମୂର୍ତ୍ତି ଦେଲେ ନୂଆ ଫର୍ମୂଲା

Advertisement

ନୂଆଦିଲ୍ଲୀ: ଆମ ଦେଶର ଅଧିକାଂଶ ସରକାରୀ ଓ ଘରୋଇ ସଂସ୍ଥାରେ ୮ରୁ ୯ଘଣ୍ଟା ପର୍ଯ୍ୟନ୍ତ କାମ କରିବାର ନିୟମ ରହିଛି । କିନ୍ତୁ ଦେଶର ବଡ ଉଦ୍ୟୋଗପତି ଓ ପ୍ରତିଷ୍ଠିତ ଆଇଟି କମ୍ପାନୀ ଇନଫୋସିସ୍‌ର କୋଫାଉଣ୍ଡର ଏନ୍ ଆର୍ ନାରାୟଣମୂର୍ତ୍ତି ପରାମର୍ଶ ଦେଇଛନ୍ତି କି ଦେଶର ଯୁବଗୋଷ୍ଠୀ ପ୍ରତିଦିନ ୧୨ ଘଣ୍ଟା କାମ କରିବା ଉଚିତ । ଏହାଦ୍ୱାରା ଭାରତର ଦ୍ରୁତ ବିକାଶର ସ୍ୱପ୍ନ ପୂରଣ ହୋଇପାରିବ ।

ନାରାୟଣମୂର୍ତ୍ତି କହିଛନ୍ତି ଯେତେବେଳେ ଦେଶର ଯୁବଗୋଷ୍ଠୀ ସପ୍ତାହରେ ୭୦ ଘଣ୍ଟା କାମ କରିବେ ସେତେବେଳେ ଭାରତ ସେହି ଅର୍ଥବ୍ୟବସ୍ଥା ସହ ତାଳ ଦେଇ ଚାଲିପାରିବ ଯେଉଁମାନେ ଗତ ୨ରୁ ୩ ଦଶକ ମଧ୍ୟରେ ବେଶ୍ ସଫଳତା ହାସଲ କରିଛନ୍ତି ।

ପଡକାଷ୍ଟ ‘ଦି ରେକର୍ଡ’ ଲାଗି ଇନଫୋସିସ୍‌ର ପୂର୍ବତନ ସିଏଫ୍‌ଓ ମୋହନଦାସ ପଇଙ୍କ ସହ ଆଲୋଚନା ସମୟରେ ନାରାୟଣମୂର୍ତ୍ତି ଏହା କହିଛନ୍ତି । ସେ କହିଛନ୍ତି ଏବେ ଭାରତର ୱାର୍କ ପ୍ରଡକ୍ଟଭିଟି ବିଶ୍ୱରେ ସବୁଠାରୁ କମ୍ ରହିଛି । ଯେହେତୁ ଆମେ ଚୀନ୍ ସହ ମୁକାବିଲା କରିବାକୁ ଚାହୁଁଛୁ ତେଣୁ ଏହା ହାସଲ କରିବାକୁ ହେଲେ ଯୁବଗୋଷ୍ଠୀଙ୍କୁ ଅତିରିକ୍ତ ସମୟ କାମ କରିବାକୁ ହେବ । ଦ୍ୱିିତୀୟ ବିଶ୍ୱଯୁଦ୍ଧ ପରେ ଜର୍ମାନୀ ଓ ଜାପାନ ଏହି ନୀତି ଆପଣାଇ ବିକାଶ କରିପାରିଥିଲା ।

ନାରାୟଣମୂର୍ତ୍ତି କହିଛନ୍ତି ୱାର୍କ ପ୍ରଡକ୍ଟଭିଟି ବଢାଇବା ସହିତ ଦେଶରୁ ଭ୍ରଷ୍ଟାଚାରର ମୂଳୋତ୍ପାଟନ ବି କରିବାକୁ ହେବ । ଆମେ ପ୍ରଗତିଶୀଳ ଦେଶର ମୁକାବିଲା କରିବାକୁ ହେଲେ ଦେଶର ଯୁବଗୋଷ୍ଠୀକୁ ସପ୍ତାହରେ ୭୦ ଘଣ୍ଟା କାମ କରିବାକୁ ହେବ ।

Get real time updates directly on you device, subscribe now.