fbpx

କାଲି ଚନ୍ଦ୍ରଗ୍ରହଣ ପରେ ଦାନ କରନ୍ତୁ ଏହି ୪ଟି ଜିନିଷ : ରାତାରାତି ହୋଇଯିବେ କୋଟି ପତି

Advertisement

ଓଡ଼ିଶା ଭାଷ୍କର : ହିନ୍ଦୁ ଧର୍ମର ଶାସ୍ତ୍ର ଅନୁସାରେ ଗ୍ରହଣ ପରେ ଦାନ କରିବାର ବିଶେଷ ମହତ୍ୱ ରହିଛି । ଚନ୍ଦ୍ରଗ୍ରହଣ ପରେ କିଛି ବିଶେଷ ଜିନିଷ ଦାନ କରିବା ଦ୍ୱାରା କେବଳ ଚନ୍ଦ୍ରଗ୍ରହଣର ଖରାପ ପ୍ରଭାବ ଦୂର ହେବ ନାହିଁ ବରଂ ଏହା କରିବା ଦ୍ୱାରା ଅନେକ ଲାଭ ମିଳିଥାଏ । କୁହାଯାଉଛି ଯେ, ଚନ୍ଦ୍ରଗ୍ରହଣ ପରେ ଏହି ଧଳା ଜିନିଷ ଦାନ କରିବା ଦ୍ୱାରା ସମ୍ମାନ ବୃଦ୍ଧି ପାଇବା ସହ ଧନରେ ଉନ୍ନତି ହୋଇଥାଏ । ତାଛଡା ଆପଣ ଯଦି କୌଣସି ଗମ୍ଭୀର ସମସ୍ୟାର ଛନ୍ଦି ହୋଇଛନ୍ତି, ତେବେ ତାହାର
ଶୀଘ୍ର ସମାଧାନ ପାଇବେ । ଏହା ବ୍ୟତୀତ ଆପଣ ଖ୍ୟାତି ଅର୍ଜନ କରିବେ, ଶକ୍ତି ଏବଂ ମାନସିକ ଶକ୍ତି ମଧ୍ୟ ପାଇବେ ।

କ୍ଷୀର : ଚନ୍ଦ୍ରଗ୍ରହଣ ପରେ କ୍ଷୀର ଦାନ କଲେ ମାତା ଲକ୍ଷ୍ମୀ ଖୁସି ହୁଅନ୍ତି । କ୍ଷୀର ସହିତ ଚନ୍ଦ୍ରର ଭୁତ ନିବିଡ଼ ସମ୍ପର୍କ ରହିଛି । ଚନ୍ଦ୍ରଗ୍ରହଣ ପରେ କ୍ଷୀର ଦାନ କରିବା ଦ୍ୱାରା ରାଶିରେ ଚନ୍ଦ୍ର ଶକ୍ତିଶାଳୀ ହେବେ ଏବଂ ଏହା କରିବା ଦ୍ୱାରା ଜଣେ ବ୍ୟକ୍ତି ଧନ, ଖ୍ୟାତି ଏବଂ ମାନସିକ ଶାନ୍ତି ପାଇବ ।

ଚାଉଳ : ଚାଉଳକୁ ଅକ୍ଷୁର୍ଣ୍ଣ ମଧ୍ୟ କୁହାଯାଏ ।  ଚାଉଳ ଚନ୍ଦ୍ର ସହିତ ଯୋଡି ହୋଇରହିଛି । ଶୁଭ କାର୍ଯ୍ୟ ଏବଂ ପୂଜାପାଠରେ ଅକ୍ଷୁର୍ଣ୍ଣ ଚାଉଳ ବ୍ୟବହୃତ ହୁଏ । ଚନ୍ଦ୍ରଗ୍ରହଣ ପରେ ଚାଉଳ ଦାନ କଲେ ଘରେ ଧନର ବୃଦ୍ଧି ହୋଇଥାଏ ।

ରୁପା : ଚନ୍ଦ୍ରଗ୍ରହଣ ପରେ ରୂପା ଦାନ କରିବା ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଛି । ରୂପା ଦାନ କରିବା ଦ୍ୱାରା ଜଣେ ବ୍ୟକ୍ତି ତୀକ୍ଷ୍ଣ ବୁଦ୍ଧି, ଧନ ଏବଂ ସମୃଦ୍ଧିର ଆଶୀର୍ବାଦ ପ୍ରାପ୍ତ କରିପାରିବ ।

ଚିନି : ଚନ୍ଦ୍ରଗ୍ରହଣ ପରେ ଚିନି ଦାନ କଲେ ଇଷ୍ଟ ଦେବତା ଏବଂ ଦେବୀମାନେ ଖୁସି ହେବା ସହ ଆଶୀର୍ବାଦ ଦିଅନ୍ତି । ଏହା ଦ୍ୱାରା ଜୀବନରେ ସବୁବେଳେ ସୁଖ ଏବଂ ସମୃଦ୍ଧତା ଲାଗି ରହିଥାଏ ।

Get real time updates directly on you device, subscribe now.