fbpx
BJD
BJD SKY
BJD SKY

ପୁଣି ମୁକୁଳା ଡ୍ରେନ ଜୀବନ ନେଲା, ଡ୍ରେନରେ ପଡି ସଫେଇ କର୍ମଚାରୀଙ୍କ ମୃତ୍ୟୁ

BJD

କଟକ: କଟକରେ ମୁକୁଳା ଡ୍ରେନରେ ପଡି ପୁଣି ଜଣଙ୍କର ଜୀବନ ଯାଇଛି । ଘଟଣାଟି ଘଟିଛ ବାରପଥର ଅଞ୍ଚଳରେ । ଏଠାରେ ଥିବା ଏକ ମୁକୁଳା ଡ୍ରେନରେ ପଡି ଜଣେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଜାଇକା କାର୍ଯ୍ୟରେ ନିୟୋଜିତ ଜଣେ ସଫେଇ କର୍ମଚାରୀ । ଡ୍ରେନ ନିକଟରେ ସଫେଇ କରୁଥିବା ସମୟରେ ସେ ଡ୍ରେନ ମଧ୍ୟକୁ ଖସି ପଡିଥିଲେ । ମିଳିଥିବା ସୂଚନାରୁ ଜଣାପଡିଛି ବକ୍ସିବଜାର ଅଞ୍ଚଳରେ ଡ୍ରେନ ନିକଟରେ ସଫେଇ କାମ କରୁଥିବା ବେଳେ ନରସିଂହ ରାଓ ନାମକ ଏହି ସଫେଇ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଡ୍ରେନରୁ ଖସିପଡିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ ମେଡିକାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗତ ଶନିବାର ମଧ୍ୟ ମୁକୁଳା ଡ୍ରେନ୍ରେ ପଡି କଟକରେ ଜଣଙ୍କର ପ୍ରାଣ ଯାଇଥିଲା ।
କଟକରେ ମୁକୁଳା ଡ୍ରେନରେ ପଡି ବାରମ୍ବାର ଲୋକଙ୍କ ଜୀବନ ଯାଉଥିଲେ ମଧ୍ୟ ସରକାର କି ପ୍ରଶାସନର ନିଦ ଭାଙ୍ଗୁନାହିଁ । ଏହାକୁ ନେଇ ସାଧାରଣ ସ୍ତରରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.