fbpx

ମଦ କେତେବେଳେ ପିଇବା ହୋଇପାରେ କ୍ଷତିକାରକ? ଜାଣି ରଖନ୍ତୁ ଖାଲିପେଟରେ ମଦ ପିଇଲେ କ’ଣ ହୁଏ କ୍ଷତି

ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ଜାଣିବା ପରେ ମଧ୍ୟ ଲୋକମାନେ ମଦ୍ୟପାନ କରିଥାନ୍ତି । ବିବାହ ହେଉ କି କୌଣସି ପାର୍ଟି ସବୁଠାରେ ଲୋକମାନେ ମଦ୍ୟପାନ କରିଥାନ୍ତି । ମଦ୍ୟପାନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏହା କି ପ୍ରଭାବ ପକାଏ, ସେସବୁ ଜାଣିବା ପରେ ବି ଏହାକୁ ଅଭ୍ୟାସରେ ପରିଣତ କରାଇ ଦିଅନ୍ତି ଅନେକ ଲୋକ । ତେବେ ମନରେ ବେଳେବେଳେ ପ୍ରଶ୍ନ ଖାଇ ପେଟରେ ମଦ ପିଇବା କିମ୍ବା ଖାଇବା ପରେ ମଦ ପିଇବା ଦ୍ୱାରା ଶରୀର ଉପରେ କି ପ୍ରଭାବ ପଡେ । ତେବେ କଣ କଲେ ମଦ୍ୟପାନ ଦ୍ୱାରା ଶରୀରର କୌଣସି କ୍ଷତି ହେବ ନାହିଁ ଆସନ୍ତୁ ଜାଣିବା ।

ଯଦି ମଦ୍ୟପାନର ଠିକ ପୂର୍ବରୁ କିଛି ଖାଇଥିବେ ତେବେ ଏହା ପଟର ହଜମ ପ୍ରକ୍ରିୟାରେ କୌଣସି କ୍ଷତି ଘଟାଏ ନାହିଁ, କାରଣ ମଦ ଖାଦ୍ୟ ସହ ମିଶିବା ଫଳରେ ଏହା ଶୀଘ୍ର ଅବଶୋଷଣ ହୁଏ ନାହିଁ । ପେଟରେ ମଦ ଅବଶୋଷଣ କରିଥାଏ, କିନ୍ତୁ କ୍ଷୁଦ୍ର ଅନ୍ତଃନଳୀ ତୁଳନାରେ କମ ଗତିରେ । ଯଦି ଆପଣ କିଛି ଖାଇନଥିବେ ତେବେ ମଦ ପେଟକୁ ଯାଇ ଶୀଘ୍ର କ୍ଷୁଦ୍ର ଅନ୍ତଃନଳୀ ପର୍ୟ୍ୟନ୍ତ ପହଞ୍ଚିଯାଏ, ଏହା ଫଳରେ ମଦ କମ୍ ସମୟ ମଧ୍ୟରେ ରକ୍ତ ସହିତ ମିଶିଯାଏ । ରକ୍ତରେ ମିଶିବା ପରେ ଏହା ହୃତପିଣ୍ଡ ଓ ମସ୍ତିଷ୍କ ପର୍ୟ୍ୟନ୍ତ ପହଞ୍ଚି ଯାଏ । ଯାହା ଫଳରେ ଶୀଘ୍ରର ନିଶା ହୋଇଥାଏ । ଯଦି ଆପଣ ଖାଲି ପେଟରେ ମଦ୍ୟପାନ କରୁଛନ୍ତି ତେବେ ଏହାର ପ୍ରଭାବ ମଧ୍ୟ ବୃଦ୍ଧି ପାଇଥାଏ । ଏହା ଦ୍ୱାରା ମଣିଷକୁ ଅଧିକ ନିଶା ମଧ୍ୟ ହୋଇଥାଏ। ତେଣୁ ଏଥିପାଇଁ ଖାଲି ପେଟରେ ମଦ୍ୟପାନ କରିବା ଅନୁଚିତ ।

ଖାଲି ପେଟରେ ମଦ୍ୟପାନ କଲେ ଏଥିରେ ଶୀଘ୍ର ନିଶା ହୋଇଥାଏ । ଖାଇବା ପରେ ମଦ୍ୟପାନ କରିବା ଦ୍ୱାରା, ଏହି ଖାଦ୍ୟ ଆଲକହଲ ନିଶାର ପ୍ରଭାବ କମ କରିବାରେ ସାହାଯ୍ୟ କରେ । ଯଦି ଭୋଜନ କରିବା ଓ ମଦ୍ୟପାନ କରିବା ଭିତରେ ସନ୍ତୁଳନ ରଖାଯାଏ, ତେବେ ମଦର କୌଣସି ପ୍ରଭାବ ଶରୀର ଉପରେ ପଡିବ ନାହିଁ । ବିଶେଷଜ୍ଞମାନଙ୍କ ମତ ଅନୁସାରେ, ମଦ୍ୟପାନ କରିବା ପୂର୍ବରୁ କାର୍ବୋହାଇଡ୍ରେଟ ଓ ପ୍ରୋଟିନ ଥିବା କିଛି ଖାଦ୍ୟ ଖାଇବା ଉଚିତ । ଏହା ସହିତ ମଦ ସହିତ ହାଲକା ସ୍ନାକ୍ସ ଖାଆନ୍ତୁ , ଯାହା ଫଳରେ ମଦ୍ୟପାନ ଦ୍ୱାରା ହେଉଥିବା ନିଶାରୁ ମୁକ୍ତି ମିଳିଥାଏ ।

Get real time updates directly on you device, subscribe now.