fbpx

ଲାଞ୍ଚ ନେବା ବେଳେ ଫସିଗଲେ IIC ଓ ASI : ଭିଜିଲାନ୍ସ ଜାଲରେ ଚାନ୍ଦିପୁର ଥାନାର ପୋଲିସବାବୁ

ବାଲେଶ୍ୱର: ମଦ ବ୍ୟବସାୟୀଙ୍କଠାରୁ ଲାଞ୍ଚ ନେବା ବେଳେ ଧରା ପଡିଯାଇଛନ୍ତି ଚାନ୍ଦିପୁର ଥାନାର ଦୁଇ ଜଣ ଅଧିକାରୀ । ପୋଲିସ ଷ୍ଟେସନରେ କାର୍ଯ୍ୟରତ ଆଇଆଇସି ଏବଂ ଏଏସଆଇଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନ ଏବଂ ଏଏସଆଇ ପ୍ରଦୀପ ମହାନ୍ତି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମଦ ବ୍ୟବସାୟୀଠାରୁ ମାସିକିଆ ବଟି ଆକାରରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଉଭୟ ଥାନା ଅଧିକାରୀ ।

Get real time updates directly on you device, subscribe now.