fbpx

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଇସ୍ତଫା ଦେଲେ, ଜାଣନ୍ତୁ କିଏ…

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶଦାତା ତଥା ପିଏମଓର ବରିଷ୍ଠ ଅଧିକାରୀ ଦେଇଛନ୍ତି ଇସ୍ତଫା । ସୋମବାର ଏହି ସୂଚନା ଦିଆଯାଇଥିବାବେଳେ ଚଳିତ ବର୍ଷ ଏଭଳି ପଦବୀ ଛାଡ଼ିବାରେ ଏହା ହେଉଛି ଦ୍ୱିତୀୟ ଘଟଣା । ପୂର୍ବରୁ ଆଉଜଣେ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଥିଲେ ।

ସେବାରୁ ନିବୃତ୍ତ ହୋଇଥିବା ବରିଷ୍ଠ ଅଧିକାରୀ ଜଣଙ୍କ ହେଉଛନ୍ତି ଅମରଜିତ୍ ସିହ୍ନା । ସେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମଓ)ର ପରାମର୍ଶଦାତା ଥିଲେ ଓ ସାମାଜିକ ବ୍ୟାପାର ସମ୍ବନ୍ଧିତ ଯୋଜନାଗୁଡ଼ିକର ଦାୟିତ୍ୱ ସମ୍ଭାଳୁଥିଲେ। ବିହାର କ୍ୟାଡର୍ ୧୯୮୩ ବେଚ୍ ଆଇଏଏସ୍ ଅଧିକାରୀ ଶ୍ରୀ ସିହ୍ନା ୨୦୧୯ରେ ଗ୍ରାମୀଣ ବିକାଶ ସଚିବ ଥିବାବେଳେ ଚାକିରିରୁ ଅବସର ନେଇଥିଲେ ଏବଂ ଏହାପରେ ତାଙ୍କୁ ପିଏମଓରେ ନିଯୁକ୍ତି ଦିଆଯାଇଥିଲା । ତେବେ କିଛି ମାସ ମଧ୍ୟରେ ପିଏମଓରୁ ଇସ୍ତଫା ଦେଇଥିବା ଅଧିକାରୀ ଭାବେ ଶ୍ରୀ ସିହ୍ନା ଦ୍ୱିତୀୟ । ପୂର୍ବରୁ ଗତ ମାର୍ଚ୍ଚରେ ପିକେ ସିହ୍ନା ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.