ଅଜବ ବାହାଘର କାର୍ଡ, ଏମିତି କାର୍ଡ ଆଗରୁ କେହି ଦେଖିନଥିବେ !

ନୂଆଦିଲ୍ଲୀ: ବାହାଘର ମାନେ ସମସ୍ତେ କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତି। ସବୁକିଛି ଭିନ୍ନ ଧରଣର କରିବାକୁ ପ୍ରଚେଷ୍ଟା ଆରମ୍ଭ କରନ୍ତି। ଯେପରି ସବୁକିଛି ସୁନ୍ଦର ଲାଗିବ। ତଥାପି କିଛି ଭଲ କରିବା ଚକ୍କରରେ କିଛି ଖରାପ ହୋଇଯାଏ।

ଆଉ ସେହିସବୁ ଯେତେବେଳେ ସୋସିଆଲ ମିଡିଆରେ ପହଞ୍ଚେ, ସେତେବେଳେ ସଙ୍ଗେସଙ୍ଗେ ଭାଇରାଲ ହୋଇଯାଏ। ଠିକ୍ ଏବେ ଯେପରି ଏକ ବାହାଘର କାର୍ଡ ଭାଇରାଲ ହେଉଛି। ଯାହାକି ସବୁ ବାହାଘର କାର୍ଡରୁ ନିଆରା।

ନିଆରା ବାହାଘର କାର୍ଡ: ହଁ ସୋସିଆଲ ମିଡିଆରେ ଏକ ବାହାଘର କାର୍ଡ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏମିତି ବି ବାହାଘର କାର୍ଡ ଛପା ଯାଇପାରେ ବୋଲି ପ୍ରଶ୍ନ ଆସିଛି।

କାରଣ ବିିଭିନ୍ନ ଲୋକ ଭିନ୍ନ ଉପାୟରେ ବାହାଘର କାର୍ଡ ଛପାଇଥାନ୍ତି। ହେଲେ ଏମିତି କାର୍ଡ ବୋଧ ହୁଅ ଆଗରୁ କେହି କେବେ କରିନଥିବେ। ସେଥିପାଇଁ ତ ଏହି କାର୍ଡ ଏବେ ଭାଇରାଲ ହେବାରେ ଲାଗିଛି।

ଝିଅ-ପୁଅଙ୍କ ଚାକିରି: ଏହି କାର୍ଡର ସବୁଠାରୁ ମଜାକଥା ହେଉଛି, କାର୍ଡର ତଳେ କନ୍ୟା ବିଷୟରେ ଲେଖାଯାଇଛି ଯେ ସେ ଜଣେ ‘TRE-4 ପ୍ରାର୍ଥୀ’, ଅର୍ଥାତ୍ ସେ ବର୍ତ୍ତମାନ ଜଣେ ଶିକ୍ଷୟିତ୍ରୀ ହେବାକୁ ପ୍ରସ୍ତୁତ ହେଉଛନ୍ତି।

କେବଳ ଝିଅ ନୁହେଁ, ପୁଅର ନାମ ତଳେ ‘Accountant Private Limited’ ଲେଖାଯାଇଛି, ଯାହା ଏକ ପୂର୍ଣ୍ଣାଙ୍ଗ କମ୍ପାନୀ ପରି ଜଣାଯାଉଛି।

ସାଧାରଣ ବିବାହ କାର୍ଡରେ ପୁଅ ଏବଂ ଝିଅମାନେ ବହୁତ ଉତ୍ସାହର ସହିତ ସେମାନଙ୍କ ବୃତ୍ତି ବିଷୟରେ କଥା ହୁଅନ୍ତି, କିନ୍ତୁ ଏଠାରେ କନ୍ୟା ସ୍ପଷ୍ଟ ଭାବରେ ତାଙ୍କର ସ୍ଥିତି ଲେଖିଛନ୍ତି ଯେ ସେ TRE-4 ପରୀକ୍ଷା ଦେବାକୁ ଯାଉଛନ୍ତି, ଅର୍ଥାତ୍ ସେ ଜଣେ ଶିକ୍ଷକ ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି।