fbpx
BJD
BJD SKY
BJD SKY

୨୦ ଏପ୍ରିଲ ପରେ ଆରମ୍ଭ ହେବ Amazon ଓ Flipkartର ସର୍ଭିସ !

ଫ୍ଲିପକାର୍ଟ, ଆମାଜନ୍ ଓ ପେଟିଏମ୍ ମଲ୍ ପରି ଅନଲାଇନ୍ ରିଟେଲ କମ୍ପାନୀଗୁଡିକ ୨୦ ଏପ୍ରିଲ ପରଠାରୁ ସେମାନଙ୍କ ବ୍ୟବସାୟ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତୁତି କରୁଛନ୍ତି । କିନ୍ତୁ ଇ-ବାଣିଜ୍ୟ କମ୍ପାନୀଗୁଡିକର ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇବା ପାଇଁ ଅନୁମତି ମିଳିବ ନା କେବଳ ଜରୁରୀ ସାମଗ୍ରୀ ପାଇଁ ଅନୁମତି ଦିଆଯିବ ବୋଲି ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି । ଏହି ବିଷୟରେ କିଛି ଦ୍ୱନ୍ଦ ରହିଥିବାରୁ କମ୍ପାନୀଗୁଡିକ ଗୃହମନ୍ତ୍ରଣାଳୟର ସ୍ପଷ୍ଟୀକରଣରୁ ଅପେକ୍ଷା କରିଛନ୍ତି ।

ତେବେ ବୁଧବାର ଜାରି କରାଯାଇଥିବା ଗାଇଡଲାଇନରେ ମନ୍ତ୍ରଣାଳୟ କହିଛି ଯେ, ଏପ୍ରିଲ ୨୦ରୁ କରୋନା ହଟସ୍ପଟ ନଥିବା ଅଞ୍ଚଳରେ ଏଭଳି ସେବା ଆରମ୍ଭ ହେବ । ଏହା ପରେ କମ୍ପାନୀଗୁଡିକ ସେମାନଙ୍କ କାମକୁ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । . ଏଭଳି ସେବା ବନ୍ଦ ହେତୁ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେଉଁଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

Get real time updates directly on you device, subscribe now.