fbpx

ଆମାଜନ୍ ପାଖରେ ଅଛି ‘ସିକ୍ରେଟ୍’ ୱେବସାଇଟ୍, ଯେଉଁଠି ଅଧାରୁ କମ୍ ମୂଲ୍ୟରେ ମିଳୁଛି ଜିନିଷ

ନୂଆଦିଲ୍ଲୀ: ଅନଲାଇନ୍ ସପିଂ ସାଇଟ ଭାବେ ଆମାଜନ୍ ବେଶ ଲୋକପ୍ରିୟ । ଆମାଜନ ଠିକ୍ ଦାମରେ ଜିନିଷ ଦେଇଥାଏ ବୋଲି ଅନେକ ଲୋକ ଏହାର ୱେବସାଇଟକୁ ଯାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଆପଣ ଏଠାରୁ ଆହୁରି ଶସ୍ତାରେ ଜିନିଷ କିଣିପାରିବେ । ଏହାର କାରଣ ହେଉଛି ଆମାଜନର ଏକ ‘ସିକ୍ରେଟ୍’ ୱେବସାଇଟ୍ ରହିଛି । ଯେଉଁଠାରେ ଆପଣଙ୍କୁ ଅଧାରୁ କମ୍ ଦାମରେ ଆପଣଙ୍କୁ ଜିନିଷ ମିଳିଯିବ । ଉଦାହରଣ ସ୍ୱରୂପ, ଯେଉଁ ଜିନିଷର ଦାମ୍ ୭ ହଜାର ରହିଛି, ତାହା ଆପଣଙ୍କୁ ମାତ୍ର ୨ ହଜାର ଟଙ୍କାରେ ମିଳିଯିବ ।

ତେବେ କରୋନା ଯୋଗୁଁ ଲକଡାଉନ୍ ଲାଗୁ ହେବା ପରେ ଅନେକ ଷ୍ଟୋର ବନ୍ଦ ହୋଇଗଲା । ଫଳରେ ଅଧିକାଂଶ ଲୋକେ ଆମାଜନର ସାହାଯ୍ୟ ନେବାରେ ଲାଗିଲେ । ଜିନିଷରେ ଅଫର ଥିବା ବେଳେ ଆମାଜନର ‘ସିକ୍ରେଟ’ ୱେବସାଇଟରେ ଆପଣ କମ୍ ମୂଲ୍ୟରେ ପେରସ୍ତ ହୋଇଥିବା ଆଇଟମ୍ କିମ୍ବା ଅଳ୍ପ ନଷ୍ଟ ହୋଇଥିବା ଜିନିଷ କିଣିପାରିବେ । ଏହି ୱେବସାଇଟରେ ଆପଣଙ୍କୁ ଆମାଜନର କଷ୍ଟମର ସର୍ଭିସ ମିଳିଥାଏ ଓ ଜିନିଷର ରିଟର୍ଣ୍ଣ ପଲିସି ମଧ୍ୟ ରହିଛି । ଏହାର ଅର୍ଥ ଯଦି ଆପଣଙ୍କୁ ଜିନିଷ ପସନ୍ଦ ନହେଲା, ତେବେ ଆପଣ ଏହାକୁ ୩୦ ଦିନ ମଧ୍ୟରେ ଫେରାଇ ଟଙ୍କା ରିଟର୍ଣ୍ଣ ପାଇପାରିବେ । ଏଥିରେ ପ୍ରାୟତଃ ୪୦,୦୦୦ରୁ ଅଧିକ ଆଇଟମ୍ ରହିଛି, ଯାହାକୁ ଆପଣ ଅଧାରୁ କମ୍ ଦାମରେ କିଣିପାରିବେ ।

Get real time updates directly on you device, subscribe now.