fbpx

ଏବେ ମାତ୍ର ୭୦ ଟଙ୍କାରେ ମିଳିବ Amazon Prime ର ସବସ୍କ୍ରିପସନ, ଜାଣନ୍ତୁ କିପରି ଉଠାଇବେ ଏହାର ମଜା

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗର ଲୋକେ ନିଜ ଫୋନରେ ହିଁ କଣ୍ଟେଣ୍ଟ ଦେଖିବାକୁ ପସନ୍ଦ କରନ୍ତି । ଏଥିରେ ଅଧିକାଂଶ ଲୋକେ Web Series ଦେଖିବାକୁ ପସନ୍ଦ କରୁଛନ୍ତି । ଅଧିକ ସିରିଜ ଓଟିଟି ପ୍ଲାଟଫର୍ମରେ ହିଁ ଆସିଥାଏ । କିନ୍ତୁ ଏହା ଅଧିକ ଟଙ୍କା ହୋଇଥିବାରୁ ଲୋକେ କିଣିପାରନ୍ତି ନାହିଁ । ଏବେ ଆପଣ Amazon Prime ର ମଜା ମାତ୍ର ୭୦ ଟଙ୍କାରେ ଉଠାଇପାରିବେ । ଯଦି ଆପଣ ଏଥିରେ ରିଲିଜ ହୋଇଥିବା ୱେବସିରିଜ ପଞ୍ଚାୟତ ଦେଖିବାକୁ ଚାହୁଁଛନ୍ତି ତେବେ ଏହି ପ୍ଲାନକୁ କିଣି ପାରିବେ । ଆସନ୍ତୁ ଜାଣିବା ଏହି ପ୍ଲାନ ବିଷୟରେ..

କିଛି ସମୟ ପୂର୍ବରୁ କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ଏକ ଲାଇଟ ପ୍ଲାନ ଲଞ୍ଚ କରିଛି । ଯେଉଁ ପ୍ଲାନ କାରଣରୁ ଆପଣଙ୍କୁ Amazon Prime ର ମଜା ଶସ୍ତାରେ ମିଳିପାରିବ । ଏହି ଆମାଜନ ପ୍ରାଇମ ଲାଇଟର ସବସ୍କ୍ରିପସନ ମୂଲ୍ୟ ୭୯୯ ଟଙ୍କା ଯାହାକି ଗୋଟିଏ ବର୍ଷ ଭ୍ୟାଲିଡିଟୀ ସହ ଆସିଥାଏ, ଯଦି ଆପଣ ହିସାବ କରନ୍ତି ତେବେ ଏହାର ମାସିକ ମୂଲ୍ୟ ୭୦ ଟଙ୍କା ପାଖାପାଖି ପଡିବ । ଏହି ଶସ୍ତା ପ୍ଲାନର ବ୍ୟବହାର କରି ଆପଣ ନିଜର କୌଣସି ଡିଭାଇସ ଅର୍ଥାତ ମୋବାଇଲ, ଟାବଲେଟ ବା ଟିଭିରେ ଆସୁଥିବା ପସନ୍ଦିତ ୱେବସିରିଜ ମଜା ଉଠାଇପାରିବେ ।

Get real time updates directly on you device, subscribe now.