fbpx

Amazonରେ ବି ଚାଲିବ Tiktokର ‘କଚ୍ଚା ବାଦମ’? ଅନଲାଇନ ସପିଂର ଷ୍ଟାଇଲ ବଦଳାଇବ କମ୍ପାନୀ

ନୂଆଦିଲ୍ଲୀ: ଟିକଟକ ଏବଂ ଇନଷ୍ଟାଗ୍ରାମ ରିଲର ବଢୁଥିବା ଲୋକପ୍ରିୟତାକୁ ଦେଖି ଆମାଜନ ମଧ୍ୟ ସେହି ଫିଚରକୁ ଟାର୍ଗେଟ କରିଛି । ଇ-କମର୍ସ ସାଇଟ ଆମାଜନ ଏବେ ଟିକଟକ ଭଳି ଫିଡ ଉପରେ ଟେଷ୍ଟିଙ୍ଗ କରୁଥିବା ଜଣାଯାଇଛି । ଏହାଦ୍ୱାରା ଗ୍ରାହକମାନେ ପ୍ରଡକ୍ଟକୁ ଫଟୋ ଏବଂ ଭିଡିଓ ମାଧ୍ୟମରେ ଦେଖିପାରିବେ ।

ସୂଚନା ଅନୁଯାୟୀ, ଏବେ ଖୁବଶୀଘ୍ର ନିଜ ମୁଖ୍ୟ ଶପିଂ ଆପରେ ଏକ ନୂଆ ଇଣ୍ଟରଫେସ ଆଡ କରିପାରେ ଆମାଜନ । ତେବେ କମ୍ପାନୀର କିଛି କର୍ମଚାରୀଙ୍କ ସହିତ ଏହି ଟେଷ୍ଟିଂ କରାଯାଉଛି । ତେବେ ଏହା ଏକ ସୁନ୍ଦର ଆଇଡିଆ ବୋଲି କୁହାଯାଇଛି । ମାର୍କେଟରେ ଏବେ ଶର୍ଟ ଭିଡିଓର ଟ୍ରେଣ୍ଡ ଚାଲିଛି । ତେଣୁ ଶପିଂ ଆପ ଆମାଜନରେ ମଧ୍ୟ ଏହି ଫିଚର ଆଡ ହେଲେ କମ୍ପାନୀକୁ ଖୁବ ଫାଇଦା ହୋଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ଏହି ଶର୍ଟ ଭିଡିଓ ଆଇଡିଆକୁ ନିଜ ଇ-କମର୍ସ ଆପରେ ବ୍ୟବହାର କରିବାକୁ ଚାହୁଁଛି ଆମାଜନ । ଇନଫ୍ଲୁଏନ୍ସ-ବେସ୍ଡ ବ୍ୟବସାୟ ଡସିସନକୁ ବଢାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପଯୋଗ କରୁଛନ୍ତି । ଏହାକୁ ଇନଫ୍ଲୁଏନ୍ସର କଣ୍ଟେଣ୍ଟ ଏବଂ ପ୍ରଡକ୍ଟର ଲାଇଭ ଭିଡିଓକୁ ନେଇ ଜବରଦସ୍ତ ନେଟୱାର୍କ ମଧ୍ୟ ରହିଛି । ଯାହା ଫଳରେ ଲୋକମାନଭ୍କୁ ପ୍ରଡକ୍ଟ କିଣିବା ନେଇ ନିଷ୍ପତ୍ତି ନେବା ସହଜ ହୋଇପାରିବ ।

Get real time updates directly on you device, subscribe now.