ଭୁବନେଶ୍ୱର: ଏଣିକି ଅନଲାଇନରେ ବୁକ୍ ହେବ ଅମ୍ବୁଲାନ୍ସ। ଏ ନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା। ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି।
ସେ କହିଛନ୍ତି ଯେ, ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ି ହେବ ଆମ୍ବୁଲାନ୍ସ ସେବା। ପରିବହନ ବିଭାଗ ହାତରେ ରହିବ ସଂରକ୍ଷଣ ଦାୟିତ୍ୱ। କୁଟ ସହାୟତାରେ ଏହାକୁ ଚଲାଯିବ। ଏହାର ରୋଡ୍ ଚାର୍ଟ ସରକାର ନିର୍ଦ୍ଧାରିତ କରିବେ। ସରକାରୀ ସହ ଘରୋଇ ଅମ୍ବୁଲାନ୍ସ ସେବା ପାଇବେ।