fbpx
BSKY SKY
BSKY SKY

ଡେଲଟା ଭାରିଆଣ୍ଟ ଭୟରେ ପୁଣି ମାସ୍କ ପିନ୍ଧିବ ଆମେରିକା!

BSKY

ନୂଆଦିଲ୍ଲୀ: କରୋନା ଭାଇରସ୍ ଦ୍ୱାରା ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବା ଶକ୍ତିଶାଳୀ ରାଷ୍ଟ୍ର ନିଜର ୯୦ ପ୍ରତିଶତ ନାଗରିକଙ୍କ ଟିକାକରଣ କରିସାରିଛି । ତେଣୁ ବାଇଡେନ୍ ସରକାର ମାସ୍କ ଫ୍ରୀ ରାଷ୍ଟ୍ର ଘୋଷଣା କରିଛନ୍ତି । ହେଲେ କୋଭିଡ୍ ର ତୃତୀୟ ଲହର ପୁଣିଥରେ ବିଭିନ୍ନ ଦେଶକୁ ସଂକ୍ରମିତ କରୁଥିବା ଖବର ଆସିବା ପରେ ଏବେ ପୁଣି ମାସ୍କ ପିନ୍ଧିବା ଉପରେ ବାଇଡେନ୍ ସରକାର ଧ୍ୟାନ ଆକର୍ଷଣ କରିଛନ୍ତି । ବାସ୍ତବରେ ଆମେରିକାର ବିଭିନ୍ନ ରାଜ୍ୟରେ କରୋନାର ଡେଲଟା ଭାରିଆଣ୍ଟ ଦେଖିବାକୁ ମିଳିଛି । ଆଉ ଦ୍ରୁତ ମାତ୍ରାରେ ବ୍ୟାପୁଥିବା ଦେଖିବାକୁ ମିଳିଛି ।

ପ୍ରତି ସପ୍ତାହରେ ସଂକ୍ରମିତଙ୍କ ମାମଲା ଦୁଇଗୁଣ ହେଉଥିବା ଖବର ସରକାରଙ୍କୁ ପୁଣିଥରେ ଚିନ୍ତାରେ ପକାଇ ଦେଇଛି । ବର୍ତ୍ତମାନ ସେଠାରେ ମୋଟ କୋଭିଡ୍ କେସ୍ ୨୦ ପ୍ରତିଶତ ରେ ପହଞ୍ଚିଛି । ଏହି ସମୟରେ ବାଇଡେନ୍ ସରକାର ପୁଣିଥରେ ମାସ୍କ ଲଗାଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଉପରେ ଧ୍ୟାନ ଦେଉଛି ।

ଆମେରିକାରେ କରୋନାର ଡେଲଟା ଭାରିଆଣ୍ଟ କାରଣରୁ ସେଠାରେ ଟିକାକରଣ ପ୍ରକ୍ରିୟାରେ ଅନେକ ବାଧା ସୃଷ୍ଟି ହେଉଛି । ଭାରିଆଣ୍ଟ ଭୟରେ ଗତ ସପ୍ତାହରେ ଭାକସିନ୍ ଲଗାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୫୫.୩ ପ୍ରତିଶତ ହ୍ରାସ ପାଇଛି । କାରଣ ଡେଲଟା ଭାରିଆଣ୍ଟ ଦ୍ରୁତ ଗତିରେ ସଂକ୍ରମିତ କରୁଥିବା ଟିକାକରଣ କେନ୍ଦ୍ରକୁ ଯିବା ଆସିବା କରିବା ଲୋକମାନେ କମ୍ କରିସାରିଲେଣି । ଅନେକ ଲୋକ ଭୟରେ ଟିକାକରଣ କେନ୍ଦ୍ରକୁ ଯାଉ ନାହାନ୍ତି । ରାଷ୍ଟ୍ରୀୟ ସ୍ତରରେ ୨୦ ପ୍ରତିଶତ ନାଗରିକ କୋଭିଡ୍ ର ନୁତନ ସ୍ୱରୂପ ଡେଲଟା ଭାରିଆଣ୍ଟ କବଳକୁ ଆସିଗଲେଣି ।

Get real time updates directly on you device, subscribe now.