fbpx
BSKY
BJD SHG SKY
BJD YOUTH SKY

Houthi ବିଦ୍ରୋଦୀଙ୍କ ବିରୋଧରେ ଆମେରିକା ଓ ବ୍ରିଟେନର ଏୟାର ଷ୍ଟ୍ରାଇକ୍‌

ନୂଆଦିଲ୍ଲୀ: ବିଶ୍ୱରେ ରୁଷ- ୟୁକ୍ରେନ୍ ଏବଂ ଇସରାଏଲ- ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏହି ଯୁଦ୍ଧରେ ଅନେକ ଧନ ଜୀବନ ହାନି ହୋଇଥିବା ବେଳେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେହିପରି ଆମେରିକା ଓ ବ୍ରିଟେନ୍ ମଧ୍ୟ ଯୁଦ୍ଧ ଆରମ୍ଭ କରିଛି । ୟେମେନ(Yemen)ରେ ଇରାନ ସମର୍ଥିତ ହୁତି(Houthi) ବିଦ୍ରୋଦୀଙ୍କ ବିରୋଧରେ ଶୁକ୍ରବାର ଏୟାର ଷ୍ଟ୍ରାଇକ୍ ଆରମ୍ଭ ହୋଇଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କହିବାନୁଯାୟୀ ଲୋହିତ ସାଗରରେ ଆନ୍ତର୍ଜାତୀୟ ସାମୁଦ୍ରିକ ଜାହାଜ ବିରୋଧରେ ହୁତି ଆକ୍ରମଣର ପ୍ରତିକ୍ରିୟାରେ ଏକ୍ରଷ୍ଟ୍ରାଇକ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଏୟାର ଷ୍ଟ୍ରାଇକକୁ ନେଇ ଏକ ଭିଡ଼ିଓ ସାମ୍ନାକୁ ଆସିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଷ୍ଟ୍ରେଲିଆ, ବାହାରିନ୍ ଏବଂ କାନାଡ଼ାର ସହଯୋଗରେ ଏହି ଆକ୍ରମଣ କରାଯାଇଥିଲା । ଯଦି ଆବଶ୍ୟକ ହୁଏ ତେବେ ମିଲିଟାରୀ ଆକ୍ସନ ନେବା ପାଇଁ ପଛଘୁଞ୍ଚା ଦେବେ ନାହିଁ । ଏହି ଏୟାର ଷ୍ଟ୍ରାଇକକୁ ନେଇ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ସୂତ୍ରରୁ ପ୍ରକାଶ ଯେ ଇସରାଏଲ- ହମାସ ଯୁଦ୍ଧ ପରେ ପାଲେଷ୍ଟାଇନବାସୀଙ୍କ ସମର୍ଥନରେ ହୁତି ବିଦ୍ରୋହୀ କ୍ରମାଗତ ଭାବରେ ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରିଆସୁଥିଲେ । ମଙ୍ଗଳବାର ୟେମେନର ହୁତି ବିଦ୍ରୋହିଙ୍କ ଦ୍ୱାରା ଲୋହିତ ସାଗରରେ ଥିବା ଜାହାଜକୁ ଡ୍ରୋନ୍ ଏବଂ ମିଶାଇଲରେ ଆକ୍ରମଣ କରିଥିଲେ । ଗାଜାରେ ହମାସ ବିରୋଧରେ ଇସରାଏଲର ବାୟୁ ଏବଂ ସ୍ଥଳ ଆକ୍ରମଣକୁ ବନ୍ଦ କରିବା ହେଉଛି ସେମାନଙ୍କ ଆକ୍ରମଣର ମୁଖ୍ୟ ଉଦ୍ଦେଶ୍ୟ । ହୁତି ବିଦ୍ରୋହୀମାନେ ନିଜକୁ ଇରାନ ସହିତ ଜଡ଼ିତ ଗୋଷ୍ଠୀର ଅଂଶ ଭାବରେ ବର୍ଣ୍ଣନା କରିଛନ୍ତି । ୨୦୧୪ରେ ହୁତି ବିଦ୍ରୋହୀ ଗୋଷ୍ଠୀ ୟେମେନର ରାଜଧାନୀ ଉପରେ କବଜା କରିଥିଲେ ।

 

Get real time updates directly on you device, subscribe now.