fbpx

‘ଆମେରିକା-ଇଣ୍ଡିଆ ଦୁନିଆର ନୂଆ AI ଶକ୍ତି’, ନ୍ୟୁୟର୍କରେ ଭାରତୀୟଙ୍କୁ ଏପରି କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କ ନାସାଉ କୋଲେଜିୟମରେ ଭାରତୀୟ ପ୍ରବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଦୁନିଆ ପାଇଁ ଏଆଇ ଅର୍ଥ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ହେଲେ ମୋ ଅନୁଯାୟୀ; ଏଆଇ ଅର୍ଥ ଆମେରିକା-ଇଣ୍ଡିଆନର ଶକ୍ତି ଅଟେ। ଆମେରିକା ଇଣ୍ଡିଆ ଏକ ସ୍ପିରିଟ ବା ଶକ୍ତି।

ପିଏମ ଆହୁରି କହିଛନ୍ତି, ‘ଆମେରିକୀୟ-ଇଣ୍ଡିଆନଏହି ସ୍ପିରିଟ ଏବଂ ଏହା ଦୁନିଆର ଏଆଇ ଶକ୍ତି ଏବଂ ଏହା ଏଆ ସ୍ପିରିଟ ଭାରତ ଆମେରିକା ସଂପର୍କକୁ ସଫଳତା ଆଡକୁ ନେଉଛି। ମୁଁ ଭାରତୀୟ ପ୍ରବାସୀଙ୍କୁ ସାଲ୍ୟୁଟ କରୁଛି। ୨୦୨୪ର ଏହି ବର୍ଷ ସାରା ଦୁନିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଗୋଟିଏ ପଟେ ଦୁନିଆର ଅନେକ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଅନ୍ୟ ପକ୍ଷରେ ଅନେକ ଦେଶରେ ଗଣତନ୍ତ୍ର ଉତ୍ସବ ଦେଖିବାକୁ ମିଳୁଛି। ଭାରତ ଏବଂ ଆମେରିକା ଗଣତନ୍ତ୍ର ଉତ୍ସବ ସହ ଏକାଠି ଅଛନ୍ତି।’

ପିଏମ ନିଜ ସମ୍ବୋଧନରେ କହିଛନ୍ତି ଯେ ଆପଣଙ୍କୁ ପୁଷ୍ପ ମନେରିବ, ଯାହାର ଅର୍ଥ-
ପି-ପ୍ରୋଗ୍ରେସିଭ ଭାରତ
ୟୁ-ଅନଷ୍ଟପେବଲ ଭାରତ
ଏସ-ସ୍ପିରିଚ୍ୟୁଆଲ ଭାରତ
ଏଚ-ହ୍ୟୁମାନିଟୀ ପାଇଁ ଉତ୍ସର୍ଗୀକୃତ ଭାରତ
ପି-ପ୍ରସପରସ ଭାରତ(ସମୃଦ୍ଧ ଭାରତ)

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ କହିଛନ୍ତି ଯେ, ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୋତେ ନିଜ ଘରକୁ ନେଇଥିଲେ। ଏହି ସମ୍ମାନ ଆପଣଙ୍କର ଅଟେ, ଏଠାରେ ରହୁଥିବା ଲକ୍ଷ ଲକ୍ଷ ଭାରତୀୟଙ୍କର ଅଟେ। ମୁଁ ରାଷ୍ଟ୍ରପତି ବାଇଡେନ ଏବଂ ଆପଣଙ୍କ କୃତଜ୍ଞତା ବ୍ୟକ୍ତ କରିବି। ଏହା ଆମେରିକାରେ ନିର୍ବାଚନ ହେବାକୁ ଯାଉଛି ଏବଂ ଭାରତରେ ନିର୍ବାଚନ ହୋଇସାରିଛି। ଭାରତରେ ହୋଇଥିବା ନିର୍ବାଚନରେ ମାନବ ଇତିହାସରେ ଏପର୍ଯ୍ୟନ୍ତ ସବୁଠୁ ବଡ଼ ନିର୍ବାଚନ। ଆମେରିକାର ସମୁଦାୟ ଜନସଂଖ୍ୟାରୁ ହାରାହାରି ଦୁଇଗୁଣା ଭୋଟର୍ସ, ସାରାୟୁରୋପର ସମୁଦାୟ ଜନସଂଖ୍ୟାରୁ ଅଧିକ ଭୋଟର୍ସ ଭାରତରେ ନିଜ ଭୋଟ ଦେଇଛନ୍ତି। ଯେବେ ଆମେ ଭାରତର ଗଣତନ୍ତ୍ରର ସ୍କେଲ ଦେଖୁଛୁ ସେତେବେଳେ ଆହୁରି ଗର୍ବ ଅନୁଭବ ହେଉଛି।

Get real time updates directly on you device, subscribe now.