fbpx
BSKY SKY
BSKY SKY

ବାଇଡେନଙ୍କ ପାଟିରୁ ଖସିଗଲା ଭୁଲ୍, କହିଲେ ପୁଟିନ୍ ଇରାକରେ ଯୁଦ୍ଧ ହାରିବାକୁ ଯାଉଛନ୍ତି

BSKY

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ଏକ ମୌଖିକ ବାର୍ତ୍ତାରେ କହିଛନ୍ତି ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ସ୍ପଷ୍ଟ ଭାବରେ ଇରାକରେ ଯୁଦ୍ଧ ହାରିବାକୁ ଯାଉଛନ୍ତି । କିନ୍ତୁ ପ୍ରକୃତରେ ସେ ୟୁକ୍ରେନ୍ ଯୁଦ୍ଧ ବିଷୟରେ ହିଁ କହୁଥିଲେ । ଏହା ପୂର୍ବରୁ ମଧ୍ୟ ବାଇଡେନ୍ଙ୍କ ପାଟିରୁ ବହୁ ସମୟରେ ଭୁଲ୍ ବାହାରିଯାଇଛି । ବାଇଡେନ୍ ଏକ ପ୍ରେସ୍ ବାର୍ତ୍ତାରେ କହିଛନ୍ତି , ବ୍ଲାଦିମିର ପୁଟିନ ସ୍ପଷ୍ଟ ଭାବରେ ଇରାକରେ ଯୁଦ୍ଧ ହାରିଛନ୍ତି । ସେ ନିଜ ଘରେ ଏହି ଯୁଦ୍ଧରେ ହାର ମାନିଛନ୍ତି । କେବଳ ଏତିିକି ନୁହେଁ ସାରା ବିଶ୍ୱରେ ସେ ଏକ ଘରିକିଆ ହୋଇଯାଇଛନ୍ତି । କେବଳ ନାଟୋ ନୁହେଁ ବିଶ୍ୱର ୪୦ ରାଷ୍ଟ୍ର ତାଙ୍କ ସହ ସଂପର୍କ ଛିନ୍ନ କରିଛି ।

ଆମେରିକା ପ୍ରତିରକ୍ଷା ବିଭାଗ ୟୁକ୍ରେନକୁ ଏହାର ମହତ୍ତ୍ୱପୂର୍ଣ୍ଣ ସୁରକ୍ଷା ଓ ପ୍ରତିରକ୍ଷା ଆବଶ୍ୟକତା ପୂରଣ କରିବା ଲାଗି ୫୦୦ ମିଲିୟନ୍ ଆମେରିକୀୟ ଡଲାର ପର୍ଯ୍ୟନ୍ତ ଅତିରିକ୍ତ ସୁରକ୍ଷା ସହାୟତା ପ୍ୟାକେଜ୍ ଘୋଷଣା କରିଛି । ଏହି ସୁରକ୍ଷା ପ୍ୟାକେଜ୍ ରେ ରୁଷ ସହ ଚାଲିଥିବା ସଂଘର୍ଷରେ ୟୁକ୍ରେନର ଦୃଢ ଜବାବ ଅଭିଯାନରେ ସହାୟତା ଓ ନିଜର ବିମାନ ଚଳାଚଳ ସୁରକ୍ଷାକୁ ମଜଭୂତ କରିବା ଲାଗି ମହତ୍ତ୍ୱପୂର୍ଣ୍ଣ କ୍ଷମତା ସାମିଲ ରହିଛି । ୟୁକ୍ରେନ୍ ଉପରେ ରୁଷର ଆକ୍ରମଣ ପର ଠାରୁ ଆମେରିକା ମସ୍କୋର ସମସ୍ତ କାର୍ଯ୍ୟକଳାପକୁ ନିନ୍ଦା କରି ଆସିବା ସହିତ ୟୁକ୍ରେନ ଓ ଏହାର ଜନତାଙ୍କ ପ୍ରତି ଦୃଢ ସମର୍ଥନ ଦେଇ ଆସିଛି ।

Get real time updates directly on you device, subscribe now.