fbpx

ସୁନାବେଶରେ ଦର୍ଶନ ଦେବେ ମହାବାହୁ: ୫ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ

ପୁରୀ: ପୁରୀ ଶ୍ରୀ ମହାପ୍ରଭୁଙ୍କ ଆଜି ସୁନାବେଶ । ଗତକାଲି ବାହୁଡ଼ା ଯାତ୍ରା ସରିବା ପରେ ଆଜି ସଂଧ୍ୟା ୫ଟା ସମୟରେ ରଥାରୁଢ ମହାପ୍ରଭୁଙ୍କ ସୁନାବେଶ କାର୍ଯ୍ୟକ୍ରମ ଆରମ୍ଭ ହେବ । ସୁନାବେଶ ନେଇ ଚଳଚଞ୍ଚଳ ସେବାୟତ । ଚାଲିଛି ସମସ୍ତ ପ୍ରକାର ପ୍ରସ୍ତୁତି । ତୁଳା ତୁଳା ସୁନାରେ ବେଶ ହୋଇ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।

ସୂଚନା ଅନୁଯାୟୀ, ଜୁନ ୨୦ ତାରିଖରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆରମ୍ଭ ହୋଇଥିଲା । ମହାପ୍ରଭୁ ମାଉସୀ ମାଆଙ୍କ ଘରେ ୭ଦିନ ରହିବା ପରେ ଗତକାଲି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି । ତେବେ ଆଜି ରଥରେ ରହି ସୁନା ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେବେ । ଏହି କାର୍ଯ୍ୟକ୍ରମ ଆଜି ସଂଧ୍ୟା ୫ଟାରୁ ଆରମ୍ଭ ହୋଇ ରାତି ୧୦ଟା ଯାଏଁ ଚାଲିବ । ଏନେଇ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।

ଶ୍ରୀଜିଉ ଆଜି ମହଣ ମହଣ ସୁନାରେ ଶୋଭାପାଇବେ । ଏହି ସୁନାବେଶ ଦର୍ଶନକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡରେ ଥିବା ତିନୋଟି ରଥ ଯଥା, ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବଦଳନରେ ଆଜି ୩ ଠାକୁର ସୁନାବେଶରେ ଦର୍ଶନ ଦେବେ ।

Get real time updates directly on you device, subscribe now.