fbpx
BSKY SKY
BSKY SKY

ଅପହରଣ ପରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ!

BSKY

ମାଲକାନାଗିରି: ମାଲକାନାଗିରି ଜିଲ୍ଲାରେ ପୁଣି ମାଓବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସୁକୁମା ଜିଲ୍ଲାରୁ ମାଓବାଦୀମାନେ ୨ ଜଣଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ପରେ ସେମାନଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି । ପ୍ରଜାକୋର୍ଟରେ ଏହି ୨ ଜଣଙ୍କୁ ମାଓବାଦୀ ମୃତ୍ୟୁଦଣ୍ଡ ଦେଇଛନ୍ତି ବୋଲି କୁହାଯାଉଛି ।
ଏହା ବ୍ୟତିତ ଛତିଶଗଡର ସୁକୁମା ଜିଲ୍ଲାରେ ମାଓବାଦୀମାନେ ଏକ ଗାଁର ଉପସରପଞ୍ଚଙ୍କୁ ଅପହରଣ କରିଥିବା ଖବର ମଧ୍ୟ ମିଳିଛି । ତେବେ ତାଙ୍କୁ କେଉଁ କାରଣରୁ ଅପହରଣ କରାଯାଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଉପସରପଞ୍ଚଙ୍କୁ ମୁକ୍ତ କରିବାକୁ ମାଓବାଦୀମାନଙ୍କୁ ନିବେଦନ କରିଛନ୍ତି । ସୂଚନା ଅନୁସାରେ ମାଓବାଦୀମାନେ ବୁର୍ଖାପାଲ ଗାଁର ଉପସରପଞ୍ଚ ମାଡଭି ଗଙ୍ଗାଙ୍କୁ ଅପହରଣ କରି ନେଇଛନ୍ତି ।

Get real time updates directly on you device, subscribe now.